Wednesday, December 10, 2025
26.5 C
Odisha

    ବାତ୍ଯା ମୋନ୍ଥା ପ୍ରଭାବରେ ଲଗାଣ ବର୍ଷା, ବାଘଲଟି ଡ୍ଯାମର ଖୋଲିଲା 3ଟି ଗେଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :  ବାତ୍ଯା ପ୍ରଭାବରେ ଲାଗିରହିଛି ବର୍ଷା । ସେପଟେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେତୁ ଖୋଲିଲାଣି 3ଟି ଗେଟ୍ । ମୋନ୍ଥା ପ୍ରଭାବରେ ରାଜ୍ଯର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଏହା ପ୍ରଭାବରେ ଦୁଇଟି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରୁ  ଗେଟ ଖୋଲି ଦିଆଯାଇଛି । ବାଘଲଟି ଡ୍ଯାମର 3ଟି ଗେଟ ଖୋଲିଥିବା ବେଳେ ଡହଲଟି ଜଳଭଣ୍ଡାରରେ ମଧ୍ୟ ଗେଟ ଖୋଲାଯାଇଛି।

    ଦକ୍ଷିଣ ଓଡିଶାର 8 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି  ତେବେ ଓଡିଶା ମଧ୍ୟକୁ ବାତ୍ଯା ଆସିବା ବେଳେ ହୁଏତ ଏହା ଦୁର୍ବଳ ହୋଇଯାଇ ପାରେ ବୋଲି କୁହାଯାଉଛି । ଅନ୍ୟପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ,କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ମିଳିଛି । ଏଣୁ ଲୋକଙ୍କ ସୁରକ୍ଷା ପାଇଁ ସେଠାରେ ଟିମ ମୁତୟନ କରାଯାଇଛି । 128ଟି ଉଦ୍ଧାରକାରୀ ଦଳ ସେହି ଜିଲ୍ଲାଗୁଡିକରେ ଉପସ୍ଥିତ ରହିଛନ୍ତି ।  ଏହାସହ 24 ଓଡ୍ରାଫ, 5 NDRF ଓ 99 ଫାୟାର ଟିମ ସେଠାରେ ଉପସ୍ଥିତ ରହିଛନ୍ତି । ତେବେ ବାତ୍ଯା ନେଇ କେହି ଚିନ୍ତିତ ହୁଅନ୍ତୁ ନାହିଁ ମାତ୍ର ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    23 %
    1.8kmh
    100 %
    Wed
    26 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ