Friday, August 28, 2026
24.4 C
Odisha

    ବାବା ବିଶ୍ବନାଥଙ୍କୁ ଏକାଠି ଦର୍ଶନ କଲେ କ୍ରିକେଟର ରିଙ୍କୁ ସିଂ ଓ ପ୍ରିୟା ସରୋଜ, ସିମ୍ପଲ୍ ଲୁକରେ ଆସିଲେ ନଜର

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : କ୍ରିକେଟର ରିଙ୍କୁ ସିଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କ ଭାବି ସ୍ତ୍ରୀ ଏବଂ ସାଂସଦ ପ୍ରିୟା ସରୋଜଙ୍କ ସହିତ ବାରଣାସୀ ବାବା ବିଶ୍ବନାଥ ମନ୍ଦିରରେ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

    ରିଙ୍କୁ ସିଂ ଏବଂ ପ୍ରିୟା ସରୋଜ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାରଣାସୀ ଟ୍ରିପର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେମାନେ ବାବା ବିଶ୍ବନାଥଙ୍କୁ ଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଏଥିସହିତ ଉଭୟେ ଖୁସି ଥିବା ନଜର ଆସିଛନ୍ତି । ଦୁହେଁ ସିମ୍ପଲ୍ ଲୁକରେ ନଜର ଆସିଛନ୍ତି ।

    ରିଙ୍କୁଙ୍କୁ ନୀଳ ରଙ୍ଗର ପୋଷାକ ସହିତ ହାତରେ ପବିତ୍ର ସୂତା ଏବଂ ବେକରେ ଏକ ଚେନ୍ ପିନ୍ଧି ସୁନ୍ଦର ଦେଖାଯାଇଛନ୍ତି । ସେହିପରି ପ୍ରିୟା ଏକ ସୁନ୍ଦର ଫୁଲ ପକା ଶାଢୀରେ ନଜର ଆସିଛନ୍ତି । ଦୁହିଁଙ୍କର ଗେଟଅପ୍ ସମସ୍ତ ଫ୍ୟାନ୍ସକୁ ଆକର୍ଷିତ କରିଛି । ଏହା ବ୍ୟତୀତ ସେମାନେ ଗଙ୍ଗା ଆଳତୀ ସମୟରେ ମଧ୍ୟ ନଜର ଆସିଛନ୍ତି । ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ଜୋର ଧରିଛି । ସେମାନଙ୍କ ବିବାହ ଚଳିତ ବର୍ଷ ଜୁନ୍ ମାସରେ ହେବ ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    94 %
    1.7kmh
    50 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ