ମୁମ୍ବାଇ : ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଆଉ ଏକ ପ୍ରମୁଖ ଫିଲ୍ମ ଆସୁଛି । ରାଜା ଶିବାଜୀ, ଯାହା ବୀର ମରାଠା ଯୋଦ୍ଧା ଏବଂ ହିନ୍ଦ ସ୍ବରାଜ୍ଯର ପ୍ରତିଷ୍ଠାତାଙ୍କ ଜୀବନୀକୁ ବର୍ଣ୍ଣନା କରିଥାଏ । ଏହି ଫିଲ୍ମଟି ରିତେଶ ଦେଶମୁଖଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଟ୍ରେଲର ଏବେ ମୁକ୍ତିଲାଭ କରିଛି । ବଲିଉଡର ଅନେକ ବଡ଼ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିଛି । ମେ ୧ ତାରିଖରେ ହିନ୍ଦୀ, ମରାଠୀ ଏବଂ ତେଲୁଗୁ ଭାଷାରେ ଥିଏଟରରେ ମୁକ୍ତିଲାଭ କରିବ ।
ଟ୍ରେଲରରେ ସ୍ବରାଷ୍ଟ୍ର ପାଇଁ ସଂଘର୍ଷ ଏବଂ ମରାଠା ବିଦ୍ରୋହକୁ ଦର୍ଶାଯାଇଛି ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ଜେନେଲିଆ ଡିସୁଜା ସାଇବାଇ ଭୂମିକାରେ ଅଭିନୟ କରିଛନ୍ତି । ବିଦ୍ୟା ବାଲାନ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରିଛନ୍ତି । ଅଭିଷେକ ଛତ୍ରପତି ଶିବାଜୀଙ୍କ ବଡ଼ ଭାଇ ସମ୍ଭାଜୀ ଶାହାଜୀ ଭୋସଲେଙ୍କ ଭୂମିକାରେ ନଜର ଆସିବେ । ସଞ୍ଜୟ ଦତ୍ତ ଅଫଜଲ ଖାନଙ୍କ ଭୂମିକାରେ ନଜର ଆସିବେ ଫିଲ୍ମରେ ମରାଠାମାନଙ୍କ ଉପରେ କରାଯାଇଥିବା ଅତ୍ଯାଚାରକୁ ଦର୍ଶାଯାଇଛି । କିପରି ଶିବାଜୀ ଶେଷରେ ଅଫଜଲକୁ ଜୀବନ ନିଅନ୍ତି, ତାହା ବେଶ୍ ରୋମାଞ୍ଜକର ରହିଛି । ଏହି କାହାଣୀ ମରାଠାମାନଙ୍କ ଭାବବେଗ ସହିତ ଜଡ଼ିତ ।
ଆପଣଙ୍କୁ କହି ରଖୁଛୁ ଯେ, ରିତେଶଙ୍କ ପୂର୍ବରୁ ଅନେକ ଅଭିନେତା ପରଦାରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଚିତ୍ରିତ କରିଛନ୍ତି । ତଥାପି, ରିତେଶ ଏହି ଭୂମିକାରେ ନିଜକୁ ସଫଳତାର ସହ ଭିନ୍ନ କରିଥିବା ପରି ମନେହୁଏ ଶିବାଜୀ ମହାରାଜଙ୍କ ଚିତ୍ରଣରେ ସେ ଯେଉଁଭଳି ଭାବରେ ସନ୍ତୁଳିତ କରିଛନ୍ତି । ତାହା ପ୍ରକୃତରେ ପ୍ରଶଂସନୀୟ ଟ୍ରେଲର ଲଞ୍ଚ ଇଭେଣ୍ଟରେ, ରିତେଶ ଏବଂ ଜେନେଲିଆ ଉଭୟ ଏହି ଫିଲ୍ମ ବିଷୟରେ କହିବା ସମୟରେ ଆଖି ଲୁହରେ ଭିଜି ଯାଇଥିଲା କାରଣ । ଏହା ତାଙ୍କର ୧୦ ବର୍ଷର କଠିନ ପରିଶ୍ରମର ଫଳ ଥିଲା, ସେମାନଙ୍କ ପାଇଁ, ଏହି ଫିଲ୍ମ ଏକ ସ୍ବପ୍ନ, ଯାହାକି ସାକାର ହୋଇଛି ।
