Wednesday, April 1, 2026
30.8 C
Odisha

    ବାବା ବୃଦ୍ଧେଶ୍ୱରଙ୍କ ମନ୍ଦିର ଲୁଟ୍, ଚୋରକୁ ଗଛରେ ବାନ୍ଧିଲେ ଶ୍ରମିକ

    ଆଗକୁ ପଢନ୍ତୁ

    କାମାକ୍ଷାନଗର :  ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ ବାବା ବୃଦ୍ଧେଶ୍ୱରଙ୍କ ମନ୍ଦିର ଲୁଟ୍ । ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ଚୋରକୁ କାବୁ କଲେ ଶ୍ରମିକ । ଗିରଫ ଅଭିଯୁକ୍ତ ଭୁବନ ଏନଏସିର ମାନସ ମହାପାତ୍ର ।  ଗତ କିଛି ଦିନ ତଳେ ଶିବ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଧାକୃଷ୍ଣ ମନ୍ଦିର, ଶନି ମନ୍ଦିର, ପାର୍ବତୀ ମନ୍ଦିର ଏବଂ ଶିବ ମନ୍ଦିର ରୁ ପୁନର୍ବାର ଚୋରି କରୁଥିଲେ । ଖବରପାଇ ଭୁବନ ପୋଲିସ ପହଞ୍ଚି ଚୋରି ସାମଗ୍ରୀ ଜବତ କରି ଦୁର୍ବୃତ୍ତକୁ ଗିରଫ କରିଛି । ବାରମ୍ବାର ମନ୍ଦିରରୁ ଚୋରିକୁ ନେଇ ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ