Thursday, February 5, 2026
30.7 C
Odisha

    ବାବା ବୈଦ୍ୟନାଥ ଧାମରେ କଙ୍ଗନା ରାଣାୱତ

    ଆଗକୁ ପଢନ୍ତୁ

    ତାମିଲନାଡୁ  :  ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଦେବଘର ସ୍ଥିତ ବାବା ବୈଦ୍ୟନାଥ ଧାମରେ ପହଞ୍ଚିଛନ୍ତି । ଦେଶର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ବୈଦ୍ୟନାଥ ଧାମ ସବୁଠାରୁ ପବିତ୍ର ସ୍ଥାନ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତି । କଙ୍ଗନା ରଣାୱତ ଭଗବାନ ଶିବଙ୍କ ପୂଜା କରିବା ସମୟରେ ସମସ୍ତ ଆବଶ୍ୟକ ପରମ୍ପରା ପାଳନ କରିଛନ୍ତି ।

    କଙ୍ଗନା ବାବା ବୈଦ୍ୟନାଥ ଧାମରେ ଶିବ ମନ୍ତ୍ର ଜପ, ଭଜନ ଗାଇବା ଏବଂ ରୁଦ୍ରାଭିଷେକ କରିଥିଲେ । ନିଜ ଇନଷ୍ଟାଗ୍ରାମରେ କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି, ଆଜି ବୈଦ୍ୟନାଥ ଏବଂ ବାସୁକୀ ଧାମର ଦର୍ଶନ କରିଛି । ଏହା ମୋର ୯ମ ଜ୍ୟୋର୍ତିଲିଙ୍ଗ ଦର୍ଶନ ଏବଂ ଅନ୍ୟ ୩ଟି ବାକି ରହିଛି । ଡିସେମ୍ବର ସରିବା ପୂର୍ବରୁ ସମସ୍ତ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଛି । କଙ୍କନାଙ୍କ ଫଟୋ ଦେଖି ଫ୍ୟାନ୍ସ ଭକ୍ତିକୁ ପ୍ରଶଂସା କରିଛନ୍ତି । ନିକଟରେ କଙ୍ଗନା ଫିଲ୍ମ ‘ଧୁରନ୍ଧର’କୁ ନେଇ ପ୍ରଶଂସା କରିଛନ୍ତି । ଫିଲ୍ମର ପ୍ରଯୋଜକ ଆଦିତ୍ୟ ଧରଙ୍କ ସହିତ ରଣବୀରଙ୍କୁ ପସନ୍ଦ କରିବା ସହିତ ଅକ୍ଷୟ ଖାନ୍ନାଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    21 %
    2.5kmh
    0 %
    Thu
    31 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ