Sunday, March 22, 2026
32.5 C
Odisha

    ବାବା ରାମଦେବଙ୍କ ଏହି କାମ ଦେଖି ହସ ରୋକି ପାରିଲେନି ହେମା ମାଳିନୀ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ୧୪୪ବର୍ଷ ପରେ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆୟୋଜନ କରାଯାଇଛି। ବିଶ୍ୱାସର ସହିତ, ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରତିଦିନ କୋଟି କୋଟି ଭକ୍ତ ଏହି ମେଳାରେ ପହଞ୍ଚୁଛନ୍ତି। ବଲିଉଡ ଏବଂ ରାଜନୈତିକ ଜଗତର ବଡ଼ ବଡ଼ ବ୍ୟକ୍ତିତ୍ବ ମଧ୍ୟ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଆସୁଛନ୍ତି। ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ ଜାନୁଆରି ୨୯ତାରିଖରେ ପ୍ରୟାଗରାଜରେ ଅନୁଷ୍ଠିତ ଐତିହାସିକ ମହାକୁମ୍ଭରେ ଯୋଗ ଦେଇଥିଲେ ଏବଂ ମୌନୀ ଅମାବାସ୍ୟାର ପବିତ୍ର ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ଏହି ସମୟରେ ବାବା ରାମଦେବଙ୍କୁ ହେମା ମାଳିନୀଙ୍କ ସହ ଦେଖିବାକୁ ମିଳିଥିଲା। ସେହି ସମୟର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ହେମା ମାଳିନୀ ବାବା ରାମଦେବଙ୍କ ଏକ କାମକୁ ଦେଖି ହସୁଛନ୍ତି।

    ଭିଡିଓରେ ଦେଖାଯାଇଛି ‌ଯେ, ଉଭୟ ବାବା ରାମଦେବ ଓ ହେମା ମାଳିନୀ ଅନ୍ୟମାନଙ୍କ ସହ ବୁଡ଼ ପକାଇବାକୁ ପାଣି ଭିତରେ ଅଛନ୍ତି। ପ୍ରଥମେ ବାବା ରାମଦେବ ବୁଡ଼ ପକାଉଛନ୍ତି। ଏହା ପରେ ହେମା ମାଳିନୀ ବୁଡ଼ ପକାଉଛନ୍ତି। ବାବା ରାମଦେବ ବୁଡ଼ ପକାଇ ଉଠିବା ପରେ ପଛରେ ଥିବା ଜଣେ ବ୍ୟକ୍ତି ତାଙ୍କ କେଶ ଖୋଲୁଛନ୍ତି। ଏହା ପରେ ବାବା ରାମଦେବ ନିଜ କେଶକୁ ପାଣିରେ ବୁଡ଼ାଇ ଉପରକୁ ଉଠାଉଛନ୍ତି। ଏହା ଦ୍ବାରା ପଛରେ ଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଯାଇ ତାଙ୍କ କେଶ ପଡ଼ୁଛି। ଏହା ଦେଖି ହେମା ଓ ଉପସ୍ଥିତ ଅନ୍ୟମାନେ ହସିବାକୁ ଲାଗୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ