Monday, October 19, 2026
21.6 C
Odisha

    ଆବାସ ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀଙ୍କ ଘର ଭାଙ୍ଗିଲେ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: କିଛିଦିନ ପୂର୍ବରୁ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବଜାରର କିଛି ଦୋକାନକୁ ରାଇରଙ୍ଗପୁର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଜାମଦା ବଜାରରେ ଏହି କାମ କରାଯାଇଛି। ଏଠାରେ କିଛି ଦୋକାନୀ ଓ କିଛି ପରିବାର ସରକାରୀ ଜାଗାକୁ ଜବର ଦଖଲ କରି ଦୋକାନ ଓ ଘର ନିର୍ମାଣ କରିଥିଲେ। ଫଳରେ ଯାତ୍ରୀ, ପଥଚାରୀ ଓ ଗ୍ରାହକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ରାସ୍ତା ମଧ୍ୟ ଅଣଓସାରିଆ ହୋଇ ରହୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା।ଜାମଦା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୦ ଟି ଚିହ୍ନଟ ପରିବାରକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ୍ ଭାବେ ତହସିଲଦାର, ବିଭିନ୍ନ ତହସିଲର ତହସିଲଦାର, ଥାନା ଅଧିକାରିଣୀ ମିନି ଭୋଇ, ବହଳଦା ଥାନାଅଧିକାରୀ, ବିଭିନ୍ନ ଥାନାର ଏସ୍ଆଇ, ସୁପରଭାଇଜର୍, ଆରଆଇଙ୍କ ସମେତ  ଏଆରଆଇମାନେ ଉପସ୍ଥିତ ଥିଲେ। ଏହାବ୍ୟତୀତ ଦୁଇ ପ୍ଲାଟୁନ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ବେଳେ ଆଜି ଗୋଟିଏ ପ୍ଲାଟୁନ ଫର୍ସ ମୁତୟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭଙ୍ଗାଯିବ ବୋଲି ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ କିଛି ନୂତନ ପ୍ରକଳ୍ପ ହେବାକୁ ଥିବାରୁ ଜବରଦଖଲ ଉଚ୍ଛେଦ କରୁଥିବା ସୂଚନା ମିଳିଛି। ଉଚ୍ଛେଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ଏକ ପ୍ଲାଟୁନ ପୁଲିସ୍ ଫର୍ସ ମୁତୟନ କରାଯାଇଥିଲେ। ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଘର ଖଣ୍ଡିଏ କରିଥିଲେ କିନ୍ତୁ ତାଙ୍କ ଆଖି ସାମ୍ନାରେ ବର୍ତ୍ତମାନ ସେ ସବୁ ଭାଙ୍ଗି ଦିଆଯାଉଛି। ଯାହାକୁ ନେଇ ଜବରଦଖଲ ଉଚ୍ଛେଦ ଦେଖିବା ପରେ ବହୁ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ