Monday, January 19, 2026
14.6 C
Odisha

    ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

    ଆଗକୁ ପଢନ୍ତୁ

    କଟକ   :   ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମ୍ୟାଚକୁ ଉପଭୋଗ କରିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ମ୍ୟାଚ ଦେଖିବାକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି।

    ଅନ୍ୟପଟେ ଦୁଇ ଦଳ ଖେଳାଳି ଆଜି ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ପୂର୍ବରୁ ମଧ୍ୟ କିଛି ଖେଳାଳି ଭୁବନେଶ୍ଵରରେ ପହଞ୍ଚିଥିଲେ। ଆସନ୍ତାକାଲି ବାରବାଟୀ ପଡ଼ିଆରେ ନେଟ୍‌ ପ୍ରାକ୍ଟିସ ହେବ ବୋଲି ସୂଚନା ଦିଆଯାଇଛି। ନେଟ୍‌ ପ୍ରାକ୍ଟିସ ଦେଖିବା ଲାଗି ୨ଟି ଗ୍ୟାଲେରି ଖୋଲାରହିବ। ଦୁଇ ଦଳର ଖେଳାଳିମାନେ ଆସନ୍ତାକାଲି ନେଟ୍‌ ପ୍ରାକ୍ଟିସ କରିବେ। ତେବେ ରବିବାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କଟକ ଯାଇ ବାରବାଟୀ ପଡ଼ିଆରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି। ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରତୀୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ଏହା ପରେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ