କଟକ : ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା । ଗ୍ୟାଲେରୀ ଗୁଡ଼ିକରେ ଅଢ଼େଇ ହଜାର ସିଟ୍ କମାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୧୯ ଇଞ୍ଚରୁ ୨୨ ଇଞ୍ଚକୁ ବୃଦ୍ଧି କରାଗଲା ସିଟ ଗୁଡ଼ିକର ଚଉଡା। କମିଶନରେଟ ପୋଲିସର ପରାମର୍ଶ ପରେ ସିଟ କମାଇଲା ଓସିଏ । ଷ୍ଟାଡିୟମ୍ ପୁରୁଣା ହୋଇ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା କମାଇବା ପାଇଁ କହିଥିଲେ କମିଶନରେଟ ପୋଲିସ ।
କମିଥିବା ସିଟ ସଂଖ୍ୟାକୁ ଗ୍ରାଉଣ୍ଡ ପାଖରେ ଆଡଜଷ୍ଟ କରିବା ପାଇଁ ଚିନ୍ତା କରୁଛି ଓସିଏ । ଏ ନେଇ ଏପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ବାରବାଟି ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୪ ହଜାର ରହିଛି । ପ୍ରଥମ ଥର ପାଇଁ ଗ୍ୟାଲେରୀ ଗୁଡ଼ିକରେ ପାଥ ୱେ ବା କରିଡ଼ର ବ୍ୟବସ୍ଥା କରୁଛି ଓସିଏ । ଯାହା ଫଳରେ ଦର୍ଶକମାନେ ସୁବିଧାରେ ପଶିବେ ଏବଂ ବାହାରି ପାରିବେ । ଜରୁରୀକାଳୀନ ପରିସ୍ଥିତି ବେଳେ ସହାୟକ ହେବ ଏହି ବ୍ୟବସ୍ଥା । ଆସନ୍ତା ଡିସେମ୍ବର ୯ ତାରିଖରେ ଦକ୍ଷିଣ ଆଫ୍ରିକା – ଭାରତ T-20 ମ୍ୟାଚ୍ ଖେଳାଯିବ ।

