Sunday, September 13, 2026
28.7 C
Odisha

    ରଥଯାତ୍ରାରେ ରାଜଧାନୀ ପାଇଁ ଆସିଲା ଟ୍ରାଫିକ୍ କଟକଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବ। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚର୍ତୁପାଶ୍ୱର୍ରେ ବହୁଳ ମାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁଗମନାଗମନ ଓ ଯାନବାହନ ଗୁଡିକର ସୁପରିଚାଳନା ନିମନ୍ତେ, ଓଡିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଏବଂ ଭୁବନେଶ୍ୱର-କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର) ଅନୁଯାୟୀ, ଇସ୍କନ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ୨୦୨୬ ଉପଲକ୍ଷେ ଜାଣନ୍ତୁ ଟ୍ରାଫିକ୍ କଟକଣା.. ଅପରାହ୍ଣ ୩ ଘଟିକା ଠାରୁ ରଥ ଗୁଡିକ ସିଆରପି ଛକ ଅତିକ୍ରମ ନକରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପଟୁ ଫାୟାର ଷ୍ଟେସନ ସର୍ଭିସ ରୋଡ୍ ଦେଇ କୌଣସି ପ୍ରକାର ଭାରୀଯାନ ସିଆରପି ଛକ ଆଡକୁ ଆସିବେ ନାହିଁ। ସେହି ସମୟରେ ଡିଏଭି ସ୍କୁଲ, ୟୁନିଟ୍ ୮ ଠାରୁ ମାଉସୀ ମା ମନ୍ଦିର ଏବଂ ସିଆରପି ଛକ ଠାରୁ ଇସ୍କନ ମନ୍ଦିର ପର୍ଯ୍ୟନ୍ତ ଯାନବାହନ ଉପରେ କଟକଣା ଲାଗୁ ରହିବ। ରଥ ଗୁଡିକ ସିଆରପି ଛକ ଅତିକ୍ରମ ନକରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହନ କସ୍ତୁରବା ସ୍କୁଲ ପାଶ୍ୱର୍ ଏବଂ ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ସିଆରପି ଛକ ଆଡକୁ ସର୍ଭିସ ରୋଡ୍ ଦେଇ ଯାତାୟତ କରି ପାରିବେ ନାହିଁ।
    ସେହିପରି ୨୫ ଜୁଲାଇରେ ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସିଆରପି ଛକ ଠାରୁ ଇସ୍କନ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହନ ଯାତାୟାତ କରିପାରିବେ ନାହିଁ। ତେବେ ଏହି ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଯାନବାହନ ଗୁଡିକ ପାଇଁ କଟକଣା ଲାଗୁ ହେବ ନାହିଁ। ଯେଉଁ ସବୁ ରାସ୍ତାରେ କଟକଣା ଅଛି ସେହି ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ