Wednesday, April 16, 2025
35.3 C
Odisha

    ବାସ୍ତୁ.. ଏହି ଦିଗକୁ ମୁଣ୍ଡ କରି ଶୋଇଲେ : ଲାଗି ରହେ ରୋଗ, ଧନର ଅଭାବ, କରଜ, ଘରେ ଅଶାନ୍ତି..

    ଆଗକୁ ପଢନ୍ତୁ

    ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ଖାଇବା, ଶୋଇବା, ପାଠ ପଢିବା, ପୂଜା କରିବା ପାଇଁ ସଠିକ୍‌ ଦିଗର ବର୍ଣ୍ଣନା କରାଯାଇଛି । ସେହିଭଳି ଭୁଲ୍‌ ଦିଗରେ ଏସବୁ କାମ କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଜୀବନରେ ଅଶାନ୍ତି, ଘରେ କଳହ, ଆର୍ଥିକ ସସମ୍ୟା ଲାଗି ରହିଥାଏ । ରୋଗ-ଧନର ଅଭାବ ମଧ୍ୟ ଲାଗି ରୁହେ । ବାସ୍ତୁ ଅନୁସାରେ ଭୁଲ୍‌ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀରରେ ରୋଗ ଲାଗି ରହିଥାଏ । ସର୍ବଦା ଅସୁସ୍ଥ ରହିଥାନ୍ତି।

    କୁହାଯାଏ ପର୍ଯ୍ୟାପ୍ତ ଓ ଶାନ୍ତିରେ ଶୋଇଲେ ଶରୀର ସୁସ୍ଥ ରହିଥାଏ । ବାସ୍ତୁ ଅନୁସାରେ ସଠିକ୍‌ ଦିଗକୁ ମୁଣ୍ଡ କରି ଶୋଇଲେ ଭଲ ନିଦ, ଦେବୀ-ଦେବତାଙ୍କ ଆଶୀର୍ବାଦ,କୃପା ପ୍ରାପ୍ତି ହୋଇଥାଏ ।

    ଭୁଲ୍‌ ଦିଗକୁ ମୁଣ୍ଡ କରି ଶୋଇଲେ, ମାନସିକ ଦୁଃଶ୍ଚିନ୍ତା ସହ ଅନେକ ଶାରିରୀକ ସମସ୍ୟା ଓ ଧନ ଅଭାବ ଲାଗି ରହିଥାଏ। ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍‌ ନୁହେଁ। ଏହାଦ୍ୱାରା ଅଶୁଭ ପ୍ରଭାବ ପଡିଥାଏ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇ ପାରିନଥାଏ । ଉନ୍ନତି ହୋଇନଥାଏ । ଶରୀରରେ ଶକ୍ତିର ଅଭାବ, ମାନସିକ ଅଶାନ୍ତି ସହ ଅନ୍ୟାନ୍ୟ ରୋଗ ଲାଗି ରହିଥାଏ। ଆର୍ଥିକ ସମସ୍ୟା ସହ କରଜ ଲାଗି ରହିଥାଏ।
    ମାତ୍ର ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବାକୁ ଉତ୍ତମ ବୋଲି ମାନ୍ୟତା ରହିଛି। ଶାନ୍ତି ଓ ଆରାମଦାୟକ ନିଦ ହୋଇଥାଏ।

    ଦକ୍ଷିଣ ଭଳି ପୂର୍ବ ଓ ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇପାରିବେ। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    28 %
    2.8kmh
    0 %
    Wed
    36 °
    Thu
    39 °
    Fri
    42 °
    Sat
    43 °
    Sun
    43 °

    ସମ୍ବନ୍ଧିତ