Tuesday, September 29, 2026
23.8 C
Odisha

    ବିଇଡି ପାଠ୍ୟକ୍ରମ ନାଁରେ କୋଟିଏ ଠକେଇ

    ଆଗକୁ ପଢନ୍ତୁ

    କୋରାପୁଟ: ସରକାରୀ ଉଚ୍ଚପ୍ରାଥମିକ, ହାଇସ୍କୁଲ ଓ ଘରୋଇ ସ୍କୁଲରେ ଶିକ୍ଷକଙ୍କ ପାଇଁ ବିଇଡି ପାସ୍‌ କରିବା ବାଧ୍ୟତାମୂଳକ। ତେଣୁ ସରକାର ରାଜ୍ୟ ତଥା ରାଜ୍ୟ ବାହାରର କେତେକ ବିଶ୍ବବିଦ୍ୟାଳୟକୁ ଏହି ପାଠ୍ୟକ୍ରମ ପାଇଁ ମାନ୍ୟତା ପ୍ରଦାନ କରିଛନ୍ତି। ତେବେ ଏହି ରାଜ୍ୟ ବାହାରର ବିଶ୍ଵବିଦ୍ୟାଳୟରେ ପଢ଼ି ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ ପ୍ରଦାନ ବଦଳରେ ଡିଷ୍ଟାନ୍ସ କୋର୍ସ ନାଁରେ ସାର୍ଟିଫିକେଟ୍ ବିକ୍ରି କରାଯାଉଛି। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଘରୋଇ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଏହି କାରବାର ବ୍ୟାପକ ଚାଲିଛି।

    ଗତ କିଛିବର୍ଷ ହେବ ବିଇଡି ସାର୍ଟିଫିକେଟ୍ ହାସଲ୍ କରିବା ଲାଗି ସ୍ଥାନୀୟ ଯୁବକଯୁବତୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିରହିଛି। ଗତତିନି ବର୍ଷ ହେବ କୋରାପୁଟ ଡିଏଭି ବିଇଡି କଲେଜ ବନ୍ଦ ରହିଥିଲା। ସେହିପରି ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବି କିଛି ସମସ୍ୟା ଦେଖାଦେଇଥିଲା। ଏହାର ସୁଯୋଗ ନେଇ ଜିଲ୍ଲାରେ ଅନ୍ୟରାଜ୍ୟର ସମ୍ପୃକ୍ତ ବିଶ୍ଵବିଦ୍ୟାଳୟ ନାଁରେ କୋରାପୁଟ, ଜୟପୁର, ସେମିଳିଗୁଡା, ବୋରିଗୁମ୍ମା ସହରରେ ଖୋଲିଥିଲେ କେତେକ ଇନ୍‌ଷ୍ଟିଚ୍ୟୁଟ୍। ଏପରିକି ଏମାନେ ସ୍ଥାନୀୟ କିଛି ଯୁବକ ଓ ଯୁବତୀଙ୍କୁ ଏଜେଣ୍ଟ ଭାବେ ବି ନିଯୁକ୍ତି ଦେଇଥିଲେ। ଏହି ଇନ୍‌ଷ୍ଟିଚ୍ୟୁଟ୍ର ମାଲିକମାନେ ଏକାଧିକ ଯୁବକ ଓ ଯୁବତୀଙ୍କୁ ସେମାନେ ପରିଚାଳନା କରୁଥିବା ବିଶ୍ବବିଦ୍ୟାଳୟରେ ପିଲା ପତ୍ରବିନିମୟରେ ଏବଂ ସେମାନେ ନ ଯାଉଣୁ ଅନ୍ୟମାନଙ୍କ ଦ୍ବାରା ପରୀକ୍ଷା ଦେବାର ବ୍ୟବସ୍ଥା ସହ ପାସ୍ କରିବେ ବୋଲି କୋଟିଏ ଟଙ୍କାର ଠକେଇ କରିଥିବା ଭଳି ଅଭିଯୋଗ ହୋଇଛି।

    ତେବେ ସେମାନେ ନ ପହଚାଂଇବାରୁ ଏବେ ଯୁବକଯୁବତୀମାନେ ଅନୁଷ୍ଠାନକୁ ଯିବ‌ା ସମୟରେ ସେଠାରେ ନଥିବାରୁ ହତାସ ହୋଇ ଫେରୁଛନ୍ତି। ଅନ୍ୟପକ୍ଷରେ ଟଙ୍କା ନେବାପରେ ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ କୌଣସି ରସିଦ୍ ଦେଇନାହାନ୍ତି। ତେଣୁ ଯୁବକଯୁବତୀମାନେ ପୁଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି। ସୁବିଧା ଉପାୟରେ ପାଠନପଢ଼ି ସାର୍ଟିଫିକେଟ୍ କିଣିବାକୁ ଯାଇ ଏହିଭଳି ହରଡ଼ଘଣାରେ ଫସିଛନ୍ତି ୨ଶହରୁ ଅଧ‌ିକ ଯୁବକ ଓ ଯୁବତୀ। ଏପରିକି ପୂର୍ବରୁ ଅନ୍ୟ ରାଜ୍ୟ ବିଶ୍ବବିଦ୍ୟାଳୟର ବିଇଡି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ବହୁ ଯୁବକ ଓ ଯୁବତୀ ଶିକ୍ଷା ଓ ଅନୂସୂଚିତ ଜାତି ଓ ଜନଜାତି ବିଭାଗ ସ୍କୁଲ ଗୁଡିକରେ ଶିକ୍ଷକ ଭାବେ ଚାକିରୀ ବି କରି ଆସୁଛନ୍ତି। ଯଦି ଏହି ପ୍ରମାଣପତ୍ର କିଛି ଜାଲିଆତି ରହିଛି ତେବେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ମାଧ୍ୟମରେ ତଦନ୍ତ କରିବା ଜରୁରି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ