Saturday, March 28, 2026
27.6 C
Odisha

    ବିଚାର ବିଭାଗୀୟ ତଦନ୍ତ ସହ ୨କୋଟି ଦେବାକୁ ଦାବି କଲା ବିଜେଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା ନେଇ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ଏହି ଘଟଣାକୁ ନେଇ ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ଦେଲା ପରେ ଏହାକୁ ବିଜେଡି ଟାର୍ଗେଟ କରିଛି। ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରାଯାଇଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଜେଡି ସରକାରରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଆଜି ଅତ୍ୟନ୍ତ ଦୁଃଖର କଥା, ଯେଉଁ ଭଉଣୀ ୭ମାସ ହେଲା ଲଢେଇ କଲା। ନ୍ୟାୟ ପାଇଁ ବାର ଦୁଆର ହେଲା। ନ୍ୟାୟ କେହି ଦେଇ ପାରିଲେ ନାହିଁ। ଆତ୍ମାହୁତି କରି ଜୀବନ ହାରିଦେଲା। ତାଙ୍କ ପରିବାର ପାଇଁ ସମବେଦନା ଜଣାଇବ ପରିବର୍ତ୍ତେ ଶସ୍ତା ରାଜନୀତି କରୁଛନ୍ତି। ଗୋଟେ ବ୍ୟବସ୍ଥାକୁ ବାରମ୍ବାର କହି କହି ଥକିଗଲା। ଅଭାବନୀୟ ଘଟଣା ଶୁଣି ନଥିଲୁ। ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେପି ସମବେଦନା ଜଣାଇବ ପରିବର୍ତ୍ତେ ଶସ୍ତା ଏବଂ ଅତିଅପରିପକ୍ବ, ହୀନ ରାଜନୀତି କରୁଛି। ଅତି ନିଚସ୍ତର ରାଜନୀତି କରୁଛନ୍ତି। ଆଜି ଦେଖିକି ଲଜ୍ଜ୍ୟା ଲାଗୁଛି। ସାମ୍ବାଦିକ ସମ୍ମିଳନୀ କରି କଣ କହିବାକୁ ଚାହୁଁଛନ୍ତି। କଣ ଜଣାଇବାକୁ ଚାଉଁଛନ୍ତି। ଆପଣଙ୍କ ଉପରେ ଶହଶହ ପ୍ରଶ୍ନ ସୃଷ୍ଟି ହୋଇଛି। ଆପଣଙ୍କ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ତୁଟିଗଲାଣି। ବିଜେପି ଅପରିପକ୍ବ କଥା କହି ବାହାବା ନେବାକୁ ଚେଷ୍ଟା କରୁଛି। ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏହି କଥାକୁ ଘଣ୍ଟ ଘୋଡ଼ାଉଛନ୍ତି। ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି ବିଜେଡି। ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ପରିବାରକୁ ଦୁଇ କୋଟି ଟଙ୍କା ଦିଅନ୍ତୁ। ଗୋଟେ ଫୁଟ ଓଭର ବ୍ରିଜ କରିଦେଇ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଛନ୍ତି। ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ କହିଛନ୍ତି, ସାଂସଦ ଅପରାଜିତା ଯେଉଁ ସାମ୍ବାଦିକ ସମ୍ମଳନୀ କରିଛନ୍ତି ତାହାକୁ ନେଇ ଆମେ ଦୁଃଖ ପ୍ରକାଶ କରୁଛି। ଏହାକୁ ବିଜେଡି ଦୃଢ଼ ଭାବରେ ନିନ୍ଦା କରୁଛି। ଅପରାଜିତା ଷଡ଼ଙ୍ଗୀ ଜଣେ ମହିଳା ହୋଇ ଏମିତି ହିନ ରାଜନୀତି କରୁଛନ୍ତି।

    ସୂଚନାଯୋଗ୍ୟ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଏବଂ କଂଗ୍ରେସ ଆତ୍ମ ସମୀକ୍ଷା କରିବା ଉଚିତ୍ ଥିଲା। ନିଜ ଶାସନ ଅମଳରେ କଂଗ୍ରେସ ଏବଂ ବିଜେଡି ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା। ଦିଲ୍ଲୀରୁ ଆସି କଂଗ୍ରେସ ନେତାନେତ୍ରୀମାନେ ନିଜ ଅସ୍ତିତ୍ଵ ପାଇଁ ଡ୍ରାମାବାଜି କରୁଛନ୍ତି। ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଉଭୟ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ଉସୁକାଇବା କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଚର୍ଚ୍ଚାରେ ଏବଂ ଗଣମାଧ୍ୟମରେ ରହିବା ପାଇଁ ବିରୋଧୀ ଦଳ ନାଟକବାଜି କରୁଛନ୍ତି। ସେମାନେ କେବଳ ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି। ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛନ୍ତି। ଏବେ ବିଜେଡି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ତାହା ସମସ୍ତେ ଜାଣିଛନ୍ତି। ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା। ସେତେବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ସହ ଅଘଟଣ ଘଟିଥିଲା। କେବେ ବି ରାଷ୍ଟ୍ରପତି ଆସିଥିଲେ କି?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ