Friday, April 3, 2026
27 C
Odisha

    ବିଛଣାରେ ବସି ଖାଉଥିଲେ ନିହାତି ଜାଣନ୍ତୁ ଏହି କଥା

    ଆଗକୁ ପଢନ୍ତୁ

    ପୂର୍ବରୁ ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। ବର୍ତ୍ତମାନ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି କିଛି ଲୋକଙ୍କର ଶେଯ ଉପରେ ବସି ଟିଭି ଦେଖି ଖାଇବାର ଅଭ୍ୟାସ ରହିଛି; ଯାହାକି ସ୍ବାସ୍ଥ୍ୟ ପକ୍ଷେ ଆଦୌ ଭଲ ନୁହେଁ। ବିଜ୍ଞାନ ବି ଏ କଥାକୁ ସ୍ବୀକାର କରେ। ବିଶେଷଜ୍ଞଙ୍କ ମତାନୁସାରେ, ଖଟ ଉପରେ ବସି ଖାଇଲାବେଳେ ଆମେ ଖୁବ୍‌ ରିଲାକ୍ସ ହୋଇ ବସିଥାଉ ନଚେତ୍‌ ଖଟରେ ଅଧା ଶୋଇ ପଡ଼ିଥାଉ। କିନ୍ତୁ ଭୋଜନ ପାଇଁ ଏହି ଦୁଇଟିଯାକ ଭଙ୍ଗୀ ଆଦୌ ଠିକ୍‌ ନୁହେଁ। ଏହା ପାଚନ ରସର ନୈସର୍ଗିକ ପ୍ରବାହକୁ ବାଧା ଦେଇଥାଏ; ଫଳରେ ପାଚନତନ୍ତ୍ର ଉପରେ ଏହାର କୁପ୍ରଭାବ ପଡ଼େ ଏବଂ ଖାଦ୍ୟ ଠିକ୍‌ରେ ହଜମ ହୁଏନାହିଁ। ଅନ୍ୟପକ୍ଷେ ଖଟ ଉପରେ ବସି ଖାଇଲାବେଳେ ଅସାବଧାନତାବଶତଃ ଖାଦ୍ୟର କିଛି ଅଂଶ ଶେଯ ଉପରେ ପଡ଼ିଯାଏ; ଫଳରେ ଶେଯ ଅପରିଷ୍କାର ହୁଏ। କିନ୍ତୁ ତାହାକୁ ସଫା ନ କରି ସେମିତି ଛାଡ଼ିଦେଲେ ଆଉ ପରେ ସେଥିରେ ଶୋଇଲେ ଫଙ୍ଗସ୍‌ ଇନ୍‌ଫେକ୍ସନ୍‌ ହୋଇ ଆଲର୍ଜି ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଏହାଛଡ଼ା ଶେଯରେ ବସି ଖାଇଲେ ଶରୀରର ଓଜନ ବଢ଼ିବା ସଙ୍ଗେସଙ୍ଗେ ନିଦ୍ରାଜନିତ ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥା’ନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ