Monday, October 12, 2026
22.3 C
Odisha

    ଆମକୁ ପୁର୍ବ ଜନ୍ମରେ କଣ ମିଳେ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ ଏବଂ ତାହାର ଫଳ ବିଷୟରେ। ଆସନ୍ତୁ ସେ ବିଷୟରେ ଜାଣିବା…ଚାଣକ୍ୟ ନିଜ ନୀତିଶାସ୍ତ୍ରର ଦ୍ୱିତୀୟ ଅଧ୍ୟାୟର ଏକ ଶ୍ଳୋକରେ କହିଛନ୍ତି, ମନୁଷ୍ୟକୁ ପାଞ୍ଚୋଟି ଜିନିଷ ନିଜର ପୁର୍ବଜନ୍ମ ଆଧାରରେ ମିଳିଥାଏ। ସେଥିରୁ ପ୍ରଥମଟି ହେଲା ଭୋଜନ। ଚାଣକ୍ୟ କୁହନ୍ତି, ଖାଇବାକୁ ମିଳୁଥିବା ଲୋକ ଭାଗ୍ୟବାନ। ଯାହା ଖାଇବାକୁ ଇଚ୍ଛା ତାହା ମିଳିଯିବାଠାରୁ ଅଧିକ ଖୁସିର କଥା ନାହିଁ। ହେଲେ ଖାଲି ଭଲ ଖାଇବା ମିଳିବା ସୁଖ ନୁହେଁ। ଭୋଜନକୁ ଭଲ ଭାବେ ହଜମ କରିବାର ଶକ୍ତି ଥିବା ଜରୁରୀ। କାରଣ ହଜମ କରିବାର ଶକ୍ତି ସମସ୍ତଙ୍କ ପାଖରେ ନ ଥାଏ। ଯାହା ପାଖରେ ଥାଏ ସେ ପୂର୍ବଜନ୍ମରେ ଭଲ କର୍ମ କରିଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।
    ଏହାଛଡ଼ା ଶ୍ଳୋକରେ ଚାଣକ୍ୟ ସୁନ୍ଦର ଏବଂ ଗୁଣବାନ ମହିଳାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, ଭାଗ୍ୟବାନ ଲୋକକୁ ସର୍ବଗୁଣ ସମ୍ପନ୍ନ ଏବଂ ଉତ୍ତମ ବୁଝାମଣା ଥିବା ସ୍ତ୍ରୀ ମିଳିଥାନ୍ତି। ଏହା ପୂର୍ବଜନ୍ମରେ କରିଥିବା ଭଲ କର୍ମର ଫଳ।
    ଚାଣକ୍ୟ କୁହନ୍ତି, କାମୁକ ଇଚ୍ଛାଶକ୍ତି ଥିବା ବ୍ୟକ୍ତି ଭାଗ୍ୟବାନ। ହେଲେ ସର୍ବଦା କାମ କବଳିତ ହେବା ଉଚିତ ନୁହେଁ। କାରଣ ଉକ୍ତ ବ୍ୟକ୍ତିର ଶୀଘ୍ର ବିନାଶ ହୋଇଥାଏ। ସ୍ବଭାବରେ ଦାନୀ ହୋଇଥିବା ବ୍ୟକ୍ତି ବହୁତ କମ୍‌ ଥାଆନ୍ତି। ଏହା ମଧ୍ୟ ପୁଣ୍ୟଫଳରୁ କମ୍‌ ନୁହେଁ। କାରଣ ପୃଥିବୀରେ ଧନୀ ଲୋକଙ୍କ ଅଭାବ ନାହିଁ। ହେଲେ ବି ସବୁ ଧନୀ ଦାନ କରନ୍ତି ନାହିଁ। ହେଲେ ଗରିବଟିଏ ନିଜର ଗୁଜରାଣ୍ଟ ମେଣ୍ଟାଇବାକୁ ରଖିଥିବା ଧନରୁ ଆବଶ୍ୟକଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ। ତେବେ ଏହି ଗୁଣ ପୂର୍ବଜନ୍ମର କର୍ମରୁ ମିଳିଥାଏ ବୋଲି ସେ କହିଛନ୍ତି।
    ଧନର ଉପଯୁକ୍ତ ବ୍ୟବହାର ଜାଣିବା ସୁଖୀ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଣୁ ଧନୀ ହେବାଠାରୁ ଟଙ୍କା ଖର୍ଚ୍ଚ କରିବାର ଉପାୟ ଜଣା ରହିବା ଉଚିତ। ଏହି ଗୁଣ ପୁଣ୍ୟଫଳରୁ ପ୍ରାପ୍ତ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ