Monday, March 30, 2026
27.4 C
Odisha

    ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

    ଆଗକୁ ପଢନ୍ତୁ

    ଏକ ମାସ ପୂରିନଥିବା ମୋହନ ସରକାର ଯେଉଁ ଭଳି ଭାବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରୁ ହଟାଇବା ପାଇଁ ନିଷ୍ପତ୍ତି ନେଲେ ଏହା ତାଙ୍କର ଅପରିପକ୍ୱତା ଓ ଅସହିଷ୍ଣୁତାର ପରିଚୟ ଦେଇଛି ବୋଲି ଶଙ୍ଖ ଭବନଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର।

    ଡ.ସାମନ୍ତସିଂହାର ଆହୁରି କହିଛନ୍ତି ଯେ, ବିଜେପି ସରକାର ବୋଧହୁଏ ଓଡିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ଖ୍ୟାତିକୁ ହଟାଇବାକୁ ଲାଗିପଡିଛନ୍ତି। ଏହା ଓଡିଆ ଜାତି ପାଇଁ ଦୁର୍ଭାଗ୍ୟର କଥା। ବିଜୁ ବାବୁଙ୍କ ନାଁ ହଟେଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ସାଢେ ୪ କୋଟି ଓଡିଆଙ୍କୁ ଗଭୀର ଆଘାତ ଦେଇଛି। ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବିଜୁ ବାବୁ ଓଡିଆ ଜାତିର ଅସ୍ମିତାର ପରିଚୟ କି ନୁହେଁ। ଯେଉଁଭଳି ଭାବେ କ୍ରୀଡା ପୁରସ୍କାରରୁ ତାଙ୍କ ନାଁ ହଟାଇଲେ । ସେଥିରୁ ଜଣାପଡୁଛି ଓଡିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ଠିକ୍‌ ଭାବେ ବୁଝିନି ରାଜ୍ୟ ସରକାର। ନାଁ ବଦଳାଇବା ପାଇଁ ଗତକାଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଖୋଦ୍‌ କହୁଛନ୍ତି ବିଜୁ ବାବୁଙ୍କ ନାଁ କ୍ରୀଡା ପୁରସ୍କାରରେ ରହିବ। ଏଭଳି ମତ ପାର୍ଥକ୍ୟରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି। ଏଭଳି ଅପରିପକତ୍ୱା ଦେଖାଇ ବିଜେପି ସରକାର ଜନତାଙ୍କ ପାଖରେ ଲୋକହସା ନହେଉ। କ୍ରୀଡା ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ଅନ୍ୟପଟେ କ୍ରୀଡାମନ୍ତ୍ରୀଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିବେ କି ବୋଲି ପ୍ରଶ୍ନ କରିଛନ୍ତି ଡ. ସାମନ୍ତସିଂହାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ