Friday, October 2, 2026
22.2 C
Odisha

    ବିଡ଼ିଏରେ ସିଏମ୍‌ସି ବୈଠକ: ନଜରରେ ସରକାରୀ ଜମି ଜବରଦଖଲକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଡ଼ିଏ ଉପାଧ୍ୟକ୍ଷ ତଥା ସେଣ୍ଟ୍ରାଲ୍ ଏନ୍‌ଫୋର୍ସମୋଣ୍ଟ ମନିଟରିଂ କମିଟି (ସିଏମ୍‌ସି)ର ଅଧ୍ୟକ୍ଷ ଡ. ତୀରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ (ବିଡ଼ିଏ) ସମ୍ମିଳନୀ କକ୍ଷରେ ସିଏମ୍‌ସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସିଇଏମ୍‌ସିର ସମସ୍ତ ଅଂଶୀଦାରୀ ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବିଭାଗ, ଇଡ଼କୋ, ରେଳବାଇ, ଆରଆଣ୍ଡବି, ବିଏମ୍‌ସି, ଓୟୁଏଟି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସରକାରୀ ଜମି ଜବରଦଖଲ ଏବଂ ଉଚ୍ଛେଦ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରସ୍ତାବ ରଖିଥିଲେ। ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଜମିକୁ ଅବରୋଧମୁକ୍ତ କରିବା ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସିଏମ୍‌ସିର ଆବାହକ ତଥା ବିଡ଼ିଏର ଏନ୍‌ଫୋର୍ସମେଣ୍ଟ ଯୁଗ୍ମ ଆୟୁକ୍ତ ରଞ୍ଜନ କୁମାର ଜେନା ସିଏମ୍‌ସି ଦ୍ୱାରା ଗତ ଜୁଲାଇ ୩୦ରୁ ଅକ୍ଟୋବର ୮ ମଧ୍ୟରେ କରାଯାଇଥିବା ବିଭିନ୍ନ ଉଚ୍ଛେଦ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଓ କାର୍ଯ୍ୟକାରୀ ହୋଇନଥିବା ଉଚ୍ଛେଦ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପୁଲିସର ଅନୁପସ୍ଥିତ ଯୋଗୁଁ ଅଧିକାଂଶ ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ି ପାରିନଥିଲା। ଉଚ୍ଛେଦ କାର୍ଯ୍ୟ ପାଇଁ ନିୟମିତ ଭାବେ ପୁଲିସ ବଳ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

    ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ସିଏମ୍‌ସି ଦ୍ୱାରା ମୋଟ୍ ୫୬ଟି ସ୍ଥାନରେ ଉଚ୍ଛେଦ କାର୍ଯ୍ୟ ହାତକୁ ନିଆଯାଇଥିଲା। ସେଥି ମଧ୍ୟରୁ ୨୯ଟି ସ୍ଥାନରେ ଉଚ୍ଛେଦ ହୋଇଥିଲା। ଯାହାଫଳରେ ୨୫.୩୪ ଡେସିମିଲ ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା। ପୁଲିସ ବଳର ଅଭାବ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ୨୭ଟି ସ୍ଥାନରେ ଉଚ୍ଛେଦ ହୋଇ ପାରିନଥିଲା। ସେହିପରି ବ୍ଲୁଇସ୍ ଆପ୍‌ରେ ୪୫ଟି ଉଚ୍ଛେଦ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରେ ୨୫ଟି ସ୍ଥାନରେ ଉଚ୍ଛେଦ କରାଯାଇ ୫ ଏକର ୩୨୫ ଡେସିମିଲ୍ ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା। ୨୦ଟି ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇ ପାରିନଥିଲା। ଉକ୍ତ ବୈଠକରେ ବିଡ଼ିଏ ସଚିବ ମାନସ ରଞ୍ଜନ ପାଢୀଙ୍କ ସହ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ