Tuesday, October 13, 2026
24.1 C
Odisha

    ଖୁସି ଖବର: ବ୍ୟାନ ୟୁଟ୍ୟୁବର୍ସଙ୍କୁ ମିଳିବ ମୌକା, ଗୁଗୁଲ କଲା ବଡ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : YouTube ରୁ ବ୍ୟାନ ହୋଇଥିବା କ୍ରିଏଟରମାନଙ୍କ ପାଇଁ ଏକ ଖୁସି ଖବର । ବ୍ୟାନ କ୍ରିଏଟରମାନଙ୍କୁ ଦ୍ଵିତୀୟ ସୁଯୋଗ ମିଳିବ ବୋଲି କହିଛି କମ୍ପାନୀ । Google ମାଲିକାନାରେ ଥିବା ଏହି ପ୍ଲାଟଫର୍ମ ପ୍ରକାଶ କରିଛି ଯେ, ୟୁଟ୍ୟୁବ ଏବେ ଏକ ନୂତନ ଫିଚର ଆଣିଛି ଯାହା ପୂର୍ବରୁ ବ୍ୟାନ କ୍ରିଏଟରମାନଙ୍କୁ ଏକ ନୂତନ ଚ୍ୟାନେଲ ଖୋଲିବା ପାଇଁ ଆବେଦନ କରିବାକୁ ଅନୁମତି ଦେବ। କହିରଖୁଛୁ ଯେ, କମ୍ପାନୀର ପୁରୁଣା ନିୟମ ଅନୁଯାୟୀ, କ୍ରିଏଟରମାନଙ୍କ ଉପରେ ସବୁଦିନ ପାଇଁ ବ୍ୟାନ ଲଗାଯାଉଥିଲା । କିନ୍ତୁ ଏହି ନିୟମଗୁଡ଼ିକ ଏବେ ପରିବର୍ତ୍ତନ କରାଯାଉଛି।

    YouTube ତାର ବ୍ଲଗରେ ଲେଖିଛି ଯେ, ଅନେକ ବ୍ୟାନ ହୋଇଥିବା କ୍ରିଏଟରମାନଙ୍କୁ ଦ୍ୱିତୀୟ ସୁଯୋଗ ମିଳିବା ଉଚିତ। ଏହି କ୍ରିଏଟରମାନଙ୍କୁ ପ୍ଲାଟଫର୍ମରେ ପୁଣି ଥରେ ନିଜ ଚ୍ୟାନେଲ ଆରମ୍ଭ କରିବା ଏବଂ ସେମାନଙ୍କର ମତାମତ ପ୍ରକାଶ କରିବା ପାଇଁ ଏକ ନୂତନ ସୁଯୋଗ ଦିଆଯିବ।

    ନୂତନ ଫିଚର ଅନୁଯାୟୀ, COVID-19 ମହାମାରୀ ଏବଂ ନିର୍ବାଚନ ସମୟରେ ଭୁଲ ସୂଚନା ପ୍ରସାରଣ ପାଇଁ ନିଷିଦ୍ଧ ହୋଇଥିବା କ୍ରିଏଟରମାନଙ୍କୁ ଏକ ନୂତନ ଚ୍ୟାନେଲ୍ କ୍ରିଏଟ କରିବାର ସୁଯୋଗ ଦିଆଯିବ। ତେବେ ଏହି ନିୟମ କେବଳ ସେମାନଙ୍କ ଉପରେ ଲାଗିବ ଯେଉଁମାନଙ୍କର ଚ୍ୟାନେଲ୍ ବ୍ୟାନ ହେବାକୁ ଏକ ବର୍ଷ ପୂରଣ ହୋଇଛି । କେବଳ ସେମାନଙ୍କୁ ଏକ ନୂତନ ଚ୍ୟାନେଲ୍ ସୃଷ୍ଟି କରିବାର ସୁଯୋଗ ଦିଆଯିବ। ଏହିପରି କ୍ରିଏଟରମାନେ ଆଗାମୀ ଦିନରେ YouTube Studioରେ ଏକ ନୂତନ ଚ୍ୟାନେଲ୍ ସୃଷ୍ଟି କରିବାର ବିକଳ୍ପ ଦେଖିବେ। କିନ୍ତୁ YouTubeର ଏହି ନୂତନ ନିୟମ ସେହି କ୍ରିଏଟରମାନଙ୍କୁ ଆଶ୍ୱସ୍ତି ଦେବ ନାହିଁ ଯେଉଁମାନଙ୍କର ଚ୍ୟାନେଲଗୁଡ଼ିକ କପିରାଇଟ୍ ଉଲ୍ଲଂଘନ ଏବଂ କ୍ରିଏଟର ଦାୟିତ୍ୱ ନୀତିର ଉଲ୍ଲଂଘନ ଯୋଗୁଁ ନିଷିଦ୍ଧ କରାଯାଇଥିଲା।

    ଏହା ବ୍ୟତୀତ, ଯେଉଁ କ୍ରିଏଟରମାନେ ପୂର୍ବରୁ ସେମାନଙ୍କର ଚ୍ୟାନେଲଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ସେମାନେ ନୂତନ ନିୟମରୁ ଉପକୃତ ହେବେ ନାହିଁ। ତେବେ COVID-19 ମହାମାରୀ ଏବଂ 2020 ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଗୁଜବ ଏବଂ ଭୁଲ ସୂଚନା ପ୍ରସାରଣକୁ ରୋକିବା ପାଇଁ ଏହି କମ୍ପାନୀଗୁଡ଼ିକ ସେମାନଙ୍କର ନିୟମକୁ କଠୋର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ