Wednesday, April 8, 2026
23.9 C
Odisha

    ବିଦେଶୀଙ୍କ ସଂଖ୍ୟା ହ୍ରାସ କରିବାକୁ ଟ୍ରମ୍ପଙ୍କ ନୂଆ ରଣନୀତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ,୧୬ ।୧(): ଆମେରିକା ଜାନୁଆରୀ ୨୧ରୁ ପାକିସ୍ତାନ ଓ ବାଂଲାଦେଶ ସମେତ ୭୫ଟି ଦେଶର ଭିସା ସେବା ପ୍ରକ୍ରିୟା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । ଫକ୍ସ ନ୍ୟୁଜ୍ ଅନୁଯାୟୀ, ଆମେରିକା ବୈଦେଶିକ ବିଭାଗର ଏକ ମେମୋ ଆଧାରରେ ଏହି ନିଷ୍ପତ୍ତିି ନିଆଯାଇଛି । ଆମେରିକାକୁ ଆସୁଥିବା ବିଦେଶୀଙ୍କ ସଂଖ୍ୟା ହ୍ରାସ କରିବା ହେଉଛି ଏହା ମୂଳ ଲକ୍ଷ୍ୟ । ଆମେରିକା ବୈଦେଶିକ ବିଭାଗ କହିଛି ଯେ, ଏହା ଏବେ ଆମେରିକାକୁ ଆସିବା ପରେ ସରକାରୀ ସହାୟତା କିମ୍ବା କଲ୍ୟାଣ କାର୍ଯ୍ୟକ୍ରମ ଉପରେ ନୀର୍ଭରଶୀଳ ହେବାର ସନ୍ଦେହ କରୁଥିବା ବ୍ୟକ୍ତିମାନଙ୍କୁ ଭିସା ସେବା ସ୍ଥଗିତ ରଖିବା ପାଇଁ ଏହାର ଆଇଗତ କ୍ଷମତା ବ୍ୟବହାର କରିବ । ସ୍କ୍ରିନିଂ ଓ ଯାଞ୍ଚ୍ ପ୍ରକ୍ରିୟାର ପୁନଃ ମୂଲ୍ୟାୟନ ନହେବା ପର୍ଯ୍ୟନ୍ତ ଆମେରିକୀୟ ଦୂତାବାସ ଓ କନୁସାଲାର ଅଧିକାରୀମାନଙ୍କୁ ଭିସା ଆବେଦନଗୁଡିକୁ ପ୍ରତ୍ୟାଖାନ କରିବାକୁ କୁହାଯାଇଛି । ତେବେ ଏହି ସ୍ଥଗିତାଦେଶ କେତେ ସମୟ ପାଇଁ ରହିବ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ୭୫ଟି ଦେଶର ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଭାରତର ୬ଟି ପଡୋଶୀ ଦେଶ ସାମିଲ ରହିଛି । ଏହି ଦେଶଗୁଡିକ ହେଲା ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମ୍ୟାଁମାର, ନେପାଳ ଓ ପାକିସ୍ତାନ । ଏହି ତାଲିକାରେ ଏସିଆ, ଆଫ୍ରିକା, ୟୁରୋପ, କ୍ୟାରିବିୟାନ, ଉତ୍ତର ଓ ଦକ୍ଷିଣ ଆମେରିକାର ଏକାଧିକ ଦେଶ ଅନ୍ତର୍ଭୁକ୍ତ ।
    ଟ୍ରମ୍ପ ପ୍ରଶାସନ ଆମେରିକୀୟ ପ୍ରବାସ ବ୍ୟବସ୍ଥାର ଅପବ୍ୟବହାର ବନ୍ଦ କରିବାକୁ ଓ ଆମେରିକୀୟ ଜନସାଧାରଣଙ୍କ ପାଣ୍ଠିର ଶୋଷଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛି । ତେବେ ଏହି ନୂଆ ନିଷ୍ପତ୍ତି ପର୍ଯ୍ୟଟକ, ବ୍ୟବସାୟ କିମ୍ବା ଅନ୍ୟ ଅସ୍ଥାୟୀ ଭିସାକୁ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଇଛି । ଏଥିରେ ଚଳିତ ବର୍ଷ ଫୁଟବଲ ବିଶ୍ୱକପ୍ ଦେଖିବାକୁ ଯାତ୍ରା କରିବାକୁ ଥିବା ବ୍ୟକ୍ତିମାନେ ମାନେ ମଧ୍ୟ ଅନ୍ତର୍ଭୁକ୍ତ । ତଥାପି, ସମସ୍ତ ଭିସା ଆବେଦନକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସମୀକ୍ଷା କରାଯିବ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି । ଟ୍ରମ୍ପ ଅଣ-ୟୁରୋପୀୟ ଦେଶଗୁଡିକର ପ୍ରବାସ ହ୍ରାସ କରିବାକୁ ଚାହୁଁଛନ୍ତି । ଆମେରିକା ପ୍ରବାସ ଉପରେ କ୍ରମାଗତ କଠୋର ନିଷ୍ପତ୍ତି ନେବାରୁ ଏହା ସ୍ପଷ୍ଟ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ