Friday, September 20, 2024
28.3 C
Odisha

    ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ। ହେଲେ ଗୃହରେ ଏକ ଲଜ୍ୟାଜନକ ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଅପମାନିତ କରାଯାଇଛି। ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଦ କରିଦିଆଯାଇଥିଲା ।
    ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ତଥା ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଅପମାନକୁ ନେଇ ବର୍ଷିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନ କହିବା ବେଳେ ମାଇକ ବନ୍ଦ କରିଦିଆଗଲା । ଏପରିକି କ୍ୟାମେରା ବି ବନ୍ଦ କରିଦିଆଗଲା । କାହିଁକି ମାଇକ ଓ କ୍ୟାମେରା ବନ୍ଦ କରାଗଲା ବୋଲି ସରକାରଙ୍କୁ ପ୍ରମିଳା ପ୍ରଶ୍ନ କରିଛନ୍ତି ।ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.3 ° C
    28.3 °
    28.3 °
    84 %
    1.2kmh
    40 %
    Fri
    27 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ