Wednesday, January 7, 2026
25.1 C
Odisha

    ବିନା ଇଣ୍ଟରନେଟରେ ଗୁଗୁଲ୍‌ ମ୍ୟାପ୍‌ରେ ହୋଇପାରିବ ଲୋକେସନ୍ ସେୟାର

    ଆଗକୁ ପଢନ୍ତୁ

    ସାରା ଦୁନିଆର ବଡ଼ ବଡ଼ କମ୍ପାନୀଗୁଡିକ ସମ୍ପ୍ରତି ସେମାନଙ୍କର ଆପ୍ସ ଏବଂ ସେବାଗୁଡିକୁ ଅପଡେଟ୍‌ କରୁଛନ୍ତି। ବର୍ତ୍ତମାନ ଗୁଗୁଲ୍‌ ଆପରେ ଏକ ଧମଦାର ଫିଚର ସାମ୍ନାକୁ ଆସୁଛି। ଏହି ଫିଚର ସାଟେଲାଇଟ କନେକ୍ଟିଭିଟିକୁ ଆହୁରି ଉନ୍ନତ କରିବ। ରିପୋର୍ଟ ମୁତାବକ, ଡିଭାଇସ୍‌ରେ ସେଲ୍ୟୁଲାରର ନେଟୱର୍କ ଏବଂ ୱାଇ-ଫାଇ ନ ଥିବା କାରଣରୁ ଗୁଗୁଲ୍‌ ମ୍ୟାପର ସାଟେଲାଇଟ କନେକ୍ଟିଭିଟି ଫିଚରର ସାହାଯ୍ୟ ନିଆଯାଇପାରିବ। ଗୁଗୁଲ ଆପ୍ସ ସାଟେଲାଇଟ କନେକ୍ଟିଭିଟି ଫିଚରର ବିଟା ଭର୍ଜସ୍‌ ଆରମ୍ଭ କରିଛି।
    ଏହି ଅପଡେଟର ଖାସ କଥା ହେଉଛି, ୟୁଜର୍ସ ଗୁଗୁଲ୍‌ ମ୍ୟାପରେ ହିଁ ନିଜ ଲୋକେସନ ସେୟାର କରିପାରିବେ। ଯେଉଁ ଅଞ୍ଚଳରେ ମୋବାଇଲ ନେଟୱର୍କର ସମସ୍ୟା ରହିଛି, ସେଠାରେ ଏହି ଫିଚର ବହୁମାତ୍ରାରେ ଲାଭଦାୟକ ପ୍ରମାଣିତ ହେବ। ମିଡିଆ ରିପୋର୍ଟ ମୁତାବକ, ୟୁଜର୍ସ ଖୁବ ଶୀଘ୍ର ଏହି ଅପଡେଟ ବ୍ୟବହାର କରିପାରିବେ। ୟୁଜର୍ସ ୧୫ ମିନିଟ୍‌ ପରେ ଗୁଗୁଲ ମ୍ୟାପରେ ଲୋକେସନ ସେୟାର କରିପାରିବେ, ହେଲେ ଏହି ସୁବିଧା ସେମାନଙ୍କୁ ମାତ୍ର ୫ ଥର ମିଳିବ। ଏହାକୁ ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ୍‌ ଡିଭାଇସ ସହ ଯୋଡାଯାଇନାହିଁ। ଗୁଗୁଲ ମ୍ୟାପରେ ସାଟେଲାଇଟ୍‌ କନେକ୍ଟିଭିଟି କୌଣସି ମଧ୍ୟ ଜରୁରୀ ସ୍ଥିତିରେ ଉପଯୋଗୀ ପ୍ରମାଣିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    16 %
    2.2kmh
    5 %
    Wed
    26 °
    Thu
    27 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ