Sunday, October 18, 2026
23.2 C
Odisha

    ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୩ ରାଜ୍ୟର ୮୯ଟି ଆସନରେ ହେବ ଭୋଟିଂ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦେଶର ୧୩ଟି ରାଜ୍ୟର ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪ଟି, ବିହାରର ୫ଟି, ଛତିଶଗଡ଼ର ୩ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟିଏ, କେରଳର ୨୦ଟି, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ‌ହେବ, ଯେଉଁଠି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲଢ଼ୁଛନ୍ତି।

    ଏହି ୧୩ଟି ରାଜ୍ୟର ମତଦାତା ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶ (କଂଗ୍ରେସ), କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ (ଜେଡିଏସ୍) ପ୍ରମୁଖ ହାଇ ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ହେବ। ଏହାଛଡ଼ା ବିଜେପି ପ୍ରାର୍ଥୀ ହେମା ମାଳିନୀ, ଓମ ବିର୍ଲା ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀରୁ କ୍ରମାଗତ ତୃତୀୟ ଥର ବିଜୟ ଆଶା ରଖିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ