Tuesday, April 7, 2026
26.1 C
Odisha

    ବିନା ମୂଲ୍ୟରେ କାହାଠୁ ଆଣନ୍ତୁନାହିଁ ଏହି ଜିନିଷ, ଘଟିବ ଆର୍ଥିକ ଅନଟନ

    ଆଗକୁ ପଢନ୍ତୁ

    ମାଗଣାରେ ବା ବିନା ମୂଲ୍ୟରେ କିଛି ଜିନିଷ ମିଳିଗଲେ ଆମେ ଖୁବ୍‌ ଖୁସି ହୋଇଥାଉ। ହେଲେ ଏପରି କିଛି ଜିନିଷ ଅଛି ଯାହାକୁ ମାଗଣାରେ ମିଳିଲେ ବି ଗ୍ରହଣ କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ମାଡ଼ି ଆସିବ ବିପତ୍ତି। ପିଛା ଛାଡ଼ିବନି ଆର୍ଥିକ ଦୁର୍ଗତି। ଜାଣନ୍ତୁ, ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେଉଁ ଜିନିଷକୁ ମାଗଣାରେ ଗ୍ରହଣ କରିବା ଉଚିତ ନୁହେଁ।

    ଲୁଣକୁ ଶନି ଦେବତାଙ୍କ ସହ ଯୋଡ଼ା ଯାଇଛି। ତେଣୁ ଏହାକୁ କେବେବି ମାଗଣାରେ ଗ୍ରହଣ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ସବୁବେଳେ ଆର୍ଥିକ ଅନଟନ ଲାଗି ରହିବ। ଘରର ସୁଖ ସମୃଦ୍ଧି ବାଧାପ୍ରାପ୍ତ ହୋଇଥାଏ।

    ମାଗଣାରେ ଗ୍ରହଣ କରିଥିବା ଛୁଞ୍ଚିକୁ କେବେ ବି ଘରେ ପ୍ରବେଶ କରାନ୍ତୁ ନାହିଁ କି ଏହାର ବ୍ୟବହାର କରନ୍ତୁ ନାହିଁ। କାରଣ ମାଗଣାରେ ମିଳିଥିବା ଛୁଞ୍ଚି ଜୀବନରେ ସବୁବେଳେ ନକାରାତ୍ମକ ପ୍ରଭାବ ପକାଇଥାଏ।

    ଉପହାରରେ ମିଳିଥିବା ରୁମାଲ ବି କେବେ ଗ୍ରହଣ କରନ୍ତୁ ନାହିଁ। କାରଣ ବିନା ମୂଲ୍ୟରେ ଅନ୍ୟ କାହାଠାରୁ ରୁମାଲ ବ୍ୟବହାର କଲେ ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ। ଏପରିକି ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥାଏ। ଫଳରେ ଘରର ସୁଖ ଶାନ୍ତି ହଜିଯାଇଥାଏ।

    ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲୁହାର ସମ୍ପର୍କ ଶନି ଓ ରାହୁଙ୍କ ସହିତ ଅଛି। ତେଣୁ ମାଗଣାରେ ପାଇଥିବା ଲୁହାକୁ ଘରେ ବ୍ୟବହାର କଲେ ଘରର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥାଏ। ତେଣୁ ମାଗଣାରେ ଏସବୁ ଜିନିଷ ପାଇଲେ ଆପଣ ଏହାକୁ ଗ୍ରହଣ କରିବାକୁ ବା ଘରକୁ ନେବାର ଭୁଲ୍‌ କରନ୍ତୁ ନାହିଁ। କାରଣ ସାମାନ୍ୟ ଲୋଭ ପାଇଁ ଆପଣଙ୍କ ଘରର ସୁଖ ଶାନ୍ତି ହଜିଯାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ