Sunday, March 22, 2026
32 C
Odisha

    ବିବାହ କରି ରେକର୍ଡ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ

    ଆଗକୁ ପଢନ୍ତୁ

    ବିବାହ କରି ରେକର୍ଡ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ପଦରେ ଥାଇ ବିବାହ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୬୨ ବର୍ଷୀୟ ଆଲବାନିଜ କାନବେରା ସ୍ଥିତ ନିଜ ସରକାରୀ ବାସଭବନରେ ୪୬ ବର୍ଷୀୟ ଜୋଡି ହେଡେନଙ୍କୁ ବିବାହ କରିଛନ୍ତି ।  ବିବାହ ପରେ ମ୍ୟାରେଡ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

    ଭିଡିଓରେ ଆଲବାନିଜ ଏକ ବୋ- ଟାଇ ପିନ୍ଧି ହସିହସି ନବବଧୂଙ୍କ ହାତରେ ହାତକୁ ଛନ୍ଦି ଚାଲୁଥିବା ଦେଖାଯାଇଛି। ଧଳା ରଙ୍ଗର ଲମ୍ବା ଗାଉନ ପିନ୍ଧି ନବବଧୂ ବେଶରେ ଜୋଡି ହେଡେନ ବେଶ ସୁନ୍ଦର ଦେଖାଯାଉଥିଲେ। ଉଭୟ ଆରାମରେ ଚାଲୁଥିବା ବେଳେ ସେମାନଙ୍କ ଉପରେ ଫୁଲ ପକାଯାଇଥିଲା। ଆଲବାନିଜଙ୍କ ଏହା ଦ୍ବିତୀୟ ବିବାହ ।

    ଗତ ଭାଲେଣ୍ଟାଇନ ଡେରେ ଜୋଡି ହେଡେନଙ୍କୁ ପ୍ରପୋଜ କରିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ।  ଏହା ପରେ ଉଭୟଙ୍କ ବିବାହ ନେଇ ଚର୍ଚ୍ଚା ଚାଲିଥିଲା। ଗତ କିଛି ବର୍ଷ ଧରି ସେମାନଙ୍କୁ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା ।  ୨୦୨୨ରେ ଅଷ୍ଟ୍ରେଲିଆ ନିର୍ବାଚନ କ୍ୟାମ୍ପେନ ବେଳେ ଆଲବାନିଜଙ୍କ ସହ ପ୍ରଚାର କରିଥିଲେ ଜୋଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ