Wednesday, April 1, 2026
25.3 C
Odisha

    ବିବାହ ପାଇଁ ଜିଦ୍‌ ଧରିବାରୁ ମହିଳାଙ୍କୁ ମାରିଦେଲେ ହୋମଗାର୍ଡ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

    ଆଗକୁ ପଢନ୍ତୁ

    ଦେବଗଡ଼    :   ଦେବଗଡ଼ ଜିଲ୍ଲା ଲଇମୁରା ଥାନାଞ୍ଚଳରେ ଗତ ୨୧ ତାରିଖ ରାତିରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ମହିଳାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲଇମୁରା ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ କଦଳୀମୁଣ୍ଡା ଗ୍ରାମର ଶ୍ରୀକର ସୁନାନୀ(୪୩)। ଅଭିଯୁକ୍ତ ଶ୍ରୀକର ମୃତା ପ୍ରତିମାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅନିଲ ମିଶ୍ର ସୂଚନା ଦେଇଛନ୍ତି। ଗ୍ରାମର କେସନ ମାଝୀଙ୍କ ଝିଅ ପ୍ରତିମା ନିକଟସ୍ଥ ଡୁରିଜଙ୍ଗଲ ଗ୍ରାମରେ ବିବାହ କରିଥିଲେ। କିନ୍ତୁ ପ୍ରତିମା କିଛି ବର୍ଷ ହେବ ତାଙ୍କ ସ୍ବାମୀଙ୍କୁ ଛାଡ଼ି ବାପା ଘରେ ଆସି ରହୁଥିଲେ। ଏହାପରେ ଲଇମୁରା ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ ଶ୍ରୀକରଙ୍କ ସହ ତାଙ୍କ ସମ୍ପର୍କ ବଢ଼ିଥିଲା। ୫ ବର୍ଷ ପୂର୍ବେ ଶ୍ରୀକରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଶ୍ରୀକର ପ୍ରତିମାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖି ଆସୁଥିଲେ। କିନ୍ତୁ ଗତ ୫ ମାସ ପୂର୍ବେ ଶ୍ରୀକର ପ୍ରତିମାଙ୍କୁ ନ ଜଣାଇ ଅନ୍ୟ ଜଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଗତ ୨୧ ତାରିଖ ବିଳମ୍ବିତ ରାତିରେ ଶ୍ରୀକର ଫୋନ କରି ପ୍ରତିମାଙ୍କୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଉଭୟ ମଦ୍ୟପାନ କରିବା ପରେ ପ୍ରତିମା ପୁଣିଥରେ ବିବାହ ପାଇଁ ଜିଦ୍‌ ଧରିଥିଲେ। ଫଳରେ ଶ୍ରୀକର ପ୍ରତିମାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ ଜଙ୍ଗଲରେ ଛାଡି ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ସମୟରେ ପ୍ରତିମାଙ୍କ ଫୋନ କଲକୁ ଯାଞ୍ଚ କରିବାରୁ ହୋମଗାର୍ଡ ଶ୍ରୀକରଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ