Saturday, November 1, 2025
23.3 C
Odisha

    ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲା

    ଆଗକୁ ପଢନ୍ତୁ

    ଆଳି : ବିବାହ ପ୍ରସ୍ତାବ ଦେଖିବାକୁ ଆସି ଯୁବତୀଙ୍କ ଗଳା କାଟିଦେଲେ ଯୁବକ ।  ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କୁଜିପୁର ଗାଁରେ । କୁଜିପୁରୁ ଗାଁର କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସଙ୍କ ସହ ଗାରଡ଼ପୁର ଗାଁର ସୁବ୍ରତ ନାୟକଙ୍କ ସହିତ ବିବାହ ପ୍ରସ୍ତାବ ପଡିଥିଲା ।  ଆସନ୍ତା ମାସରେ ଉଭୟଙ୍କ ମଧ୍ୟରେ ବିବାହ ହେବାନେଇ ପରିବାର ମଧ୍ୟରେ ସହମତି ହୋଇଥିଲା ।

    ହେଲେ ଆଜି ସୁବ୍ରତ ତାଙ୍କ ମାଆଙ୍କ ସହିତ ପ୍ରିୟଙ୍କାଙ୍କୁ ଦେଖା କରିବା ପାଇଁ ପ୍ରିୟଙ୍କାଙ୍କ ମାମୁ ଘରକୁ ଯାଇଥିଲେ ।  ସେଠାରେ ପହଁଚିବା ପରେ ଉଭୟ ପ୍ରିୟଙ୍କା ଓ ସୁବ୍ରତ କିଛି ସମୟ କଥାବାର୍ତ୍ତା ହୋଇଥିଲେ ।  କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।  ଏହି ସମୟରେ ହଠାତ ସୁବ୍ରତ ଏକ ଧାରୁଆ ଅସ୍ତ୍ରରେ ପ୍ରିୟଙ୍କାଙ୍କ ବେକ କାଟି ଦେଇଥିଲେ ।

    ପ୍ରିୟଙ୍କା ଚିତ୍କାର କରିବାରୁ ପରିବାର ଲୋକେ ଦୌଡ଼ି ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରିୟଙ୍କାଙ୍କୁ ରାଜକନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ଅନ୍ୟପଟେ ପାଟିତୁଣ୍ଡ ଶୁଣି ଗାଁର ଲୋକମାନେ ରୁଣ୍ଡ ହୋଇ ସୁବ୍ରତକୁ କାବୁକରି ରାଜକନିକା ପୋଲିସ ଜିମାରେ ଦେଇଥିଲେ । ପୋଲିସ ସୁବ୍ରତକୁ ଗିରଫ କରିଅଧିକ ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.3 ° C
    23.3 °
    23.3 °
    90 %
    1.3kmh
    53 %
    Sat
    23 °
    Sun
    29 °
    Mon
    30 °
    Tue
    28 °
    Wed
    28 °

    ସମ୍ବନ୍ଧିତ