Saturday, July 19, 2025
24.9 C
Odisha

    ବିମାନରେ ୱାଇ-ଫାଇ ସେବା ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍‌ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଏଭଳି ସେବା ପ୍ରଦାନ କରିବାରେ ଭିସ୍ତାରା ହେଉଛି ଦେଶରେ ପ୍ରଥମ। କମ୍ପାନି ଏହାର ବୋଇଂ ୭୮୭-୯ ଡ୍ରିମ୍‌ଲାଇନର୍‌ ଓ ଏୟାରବସ୍‌ ଏ୩୨୧ ନିଓ ଭଳି ଅନ୍ତର୍ଜାତୀୟ ବିମାନରେ ଯାତ୍ରୀମାନଙ୍କୁ ୨୦ ମିନିଟ୍‌ ପାଇଁ ମାଗଣାରେ ୱାଇ-ଫାଇ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ୨୦ ମିନିଟ୍‌ର ମାଗଣା ୱାଇ-ଫାଇ ବ୍ୟବହାର କରିପାରିବେ। ଯେଉଁମାନେ ଅଧିକ ସମୟ ସେହି ସୁବିଧା ବ୍ୟବହାର କରିବାକୁ ଚାହୁଛନ୍ତି ସେମାନେ ନିଜର ଡେବିଟ୍ କିମ୍ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରି ବିଭିନ୍ନ ପ୍ଲାନ୍‌ କିଣିପାରିବେ।ନିଜର ଇ-ମେଲ୍ ଜରିଆରେ ଯାତ୍ରୀମାନଙ୍କୁ ଓଟିପି ମିଳିବ ଯାହାକୁ ବ୍ୟବହାର କରି ସେମାନେ ପ୍ଲାନ୍‌କୁ ସକ୍ରିୟ କରିପାରିବେ। ପ୍ରଥମ ଭାରତୀୟ ଏୟାରଲାଇନ୍ ଭାବେ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରି ଆମେ ଆନନ୍ଦିତ ବୋଲି କମ୍ପାନିର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଦୀପକ ରାଜାୱତ୍ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    90 %
    0.5kmh
    87 %
    Sat
    33 °
    Sun
    31 °
    Mon
    33 °
    Tue
    32 °
    Wed
    29 °

    ସମ୍ବନ୍ଧିତ