Friday, April 3, 2026
33.6 C
Odisha

    ବିମାନ ଦୁର୍ଘଟଣା: ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଉରକେଲା  : ରାଉରକେଲାରେ ଶନିବାର ଘଟିଥିବା ବିମାନ ଦୁର୍ଘଟଣା ସ୍ଥଳରେ ଆଜି ଅନୁଧ୍ୟାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଆଜି ସକାଳୁ ସକାଳୁ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି କେମିତି ଓ କିପରି ବିମାନଟି ଦୁର୍ଘଟଣା ଘଟିଲା ତାହାର ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଦୁର୍ଘଟଣାରେ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ । କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ । ଭଗବାନ ଆମକୁ ରକ୍ଷା କରିଦେଲେ, ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ସମସ୍ତେ ଏକପ୍ରକାର ସୁରକ୍ଷିତ ଉଦ୍ଧାର ହେବା ଭଗବାନଙ୍କ ଆଶୀର୍ବାଦ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମନ୍ତ୍ରୀ । ଆବଶ୍ୟକ ପଡିଲେ ଏୟାରଲିଫ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

    ଗତ ଶନିବାର ଦିନ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ଛୋଟ ବିମାନଟି ରାଉରକେଲା ପହଞ୍ଚିବାକୁ ଅଳ୍ପ ଦୂର ଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ୯ଟି ସିଟ୍‌ ବିଶିଷ୍ଟ ଇଣ୍ଡିଆୱାନ୍‌ ଏୟାର ଭିଟି-୧୦୨ର ୯ଟି ସିଟ ବିଶିଷ୍ଟ ବିମାନରେ ୬ଜଣ ରହିଥିଲେ । ଏଥିରେ କ୍ରୁ କ୍ୟାପଟେନ୍‌ ନବୀନ ଓ କ୍ୟାପଟେନ ଶ୍ରୀବାସ୍ତବ ରହିଥିଲେ । ତେବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ କରୁଛି ଡିଜିସିଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ