ଭୁବନେଶ୍ବର : ବିମାନ ହାଇଜାକ୍ ହେଲେ କଣ କରିବେ ବିମାନ ବନ୍ଦରରେ ନିୟୋଜିତ ସୁରକ୍ଷାକର୍ମୀ । କିଭଳି ଅପହରଣକାରୀଙ୍କଠାରୁ ମୁକୁଳାଇ ହେବ ବିମାନ । ଯାତ୍ରୀଙ୍କୁ କିଭଳି ଯୋଗାଇ ଦିଆଯାଇପାରିବ ପ୍ରାଥମିକ ସୁରକ୍ଷା । ଅପ୍ରୀତିକର ସ୍ଥିତିରେ କିଭଳି ମୁକାବିଲା କରାଯିବ । ଏନେଇ ଭୁବନେଶ୍ବର ବିମାନ ବନ୍ଦରରେ ହୋଇଛି ଆଣ୍ଟି ହାଇଜାକ୍ ଏକ୍ସରସାଇଜ । ବିମାନ ବନ୍ଦର ପରିସରରରେ ହୋଇଥିବା ମକଡ୍ରିଲରେ ସାମିଲ ହୋଇଥିଲେ ସିଆଇଏସଏଫ, ଏନଏସଜି, ଏସଓଜି, ଇଣ୍ଟେଲିଜେନସ୍ ବ୍ୟୁରୋ, ଓଡିଶା ପୋଲିସ, ବ୍ୟୁରୋ ଅଫ ସିଭିଲ ଆଭିଏସନ ଓ ଏୟାରଲାଇନ ର କର୍ମଚାରୀ ।
ବରିଷ୍ଠ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମାଙ୍କ ନେତୃତ୍ୱରେ ଏଭଳି ଆଣ୍ଟି ହାଇଜାକ ମକଡ୍ରିଲ ଅଭ୍ୟାସ କରାଯାଇଛି। ଯେତେବେଳେ ବିମାନ ଅପହରଣ ଭଳି ସ୍ଥିତି ଉପୁଜିବ, ତୁରନ୍ତ କିଭଲି ନିଆଯିବ ଆକ୍ସନ । ସେତେବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲର ଭୂମିକା କିପରି ରହିବ। ଅପହରଣକାରୀଙ୍କ ସହ କିଭଳି ମୁଲଚାଲ କରିହେବ । ମକଡ୍ରିଲରେ ସାମିଲ ହୋଇ ସୁରକ୍ଷା କର୍ମୀ ଦେଖାଇଛନ୍ତି ଡେମୋ ।
