Tuesday, April 7, 2026
27.6 C
Odisha

    ବିଲ୍ ପାସକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତାମିଲନାଡୁର ରାଜ୍ୟପାଳ ଆରଏନ ରବିଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ମିଳିଛି। ଏଥିରେ କୁହାଯାଇଥିଲା ଯେ, ସରକାରଙ୍କ ବିଲ୍ କୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ରୋକିପାରିବେ ନାହିଁ।
    ବର୍ତ୍ତମାନ ଏହି ମାମଲାରେ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନେଇ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୁହାଯାଇଛି ଯେ, କୌଣସି ମଧ୍ୟ ବିଲକୁ ତିନି ମାସରୁ ଅଧିକ ସମୟ ରୋକାଯିବା ଉଚିତ ନୁହେଁ। ଏହି କଥା ଉପରେ ଜୋର ଦିଆଯାଇଛି ଯେ, ଯଦି କୌଣସି ବିଲ୍‌କୁ ମଞ୍ଜୁରୀ ଦେବାରେ ବିଳମ୍ବ ହେଉଛି, ତେବେ ଏହାର କାରଣ ବି କହିବା ବାଧ୍ୟତାମୂଳକ। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଗୁରୁତ୍ୱପୂର୍ଣ୍ଣ। କାରଣ ସମ୍ବିଧାନର ଆର୍ଟିକିଲ ୨୦୧ରେ କୌଣସି ବି ଟାଇମ ଫ୍ରେମର ଦାବି କରୁନାହିଁ। ଅର୍ଥାତ ଏହା କୌଣସି ସ୍ଥାନରେ କୁହାଯାଇନାହିଁ ଯେ, କୌଣସି ସମୟ ସୀମା ମଧ୍ୟରେ କୌଣସି ବିଲ୍‌କୁ ମଞ୍ଜୁରୀ ଦେବା।
    ହେଲେ ସୁପ୍ରିମକୋର୍ଟ ଟାଇମଲାଇନ ଦେଇ ଏହାକୁ ସମାଧାନ କରିବାକୁ କହିଛନ୍ତି, କାରଣ ଆଗାମୀ ଅନ୍ୟ ମାମଲା ପାଇଁ ଏହା ଉଦାହରଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ