Friday, April 3, 2026
39.1 C
Odisha

    ବିଳମ୍ବରେ ଭୋଜନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ ।

    -ବିଳମ୍ବରେ ଭୋଜନ କରିବା ଅଭ୍ୟାସ ମୋଟାପଣ, ଡାଇବେଟିସ୍‌ ଓ ହୃଦ୍‌ରୋଗ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ।

    -ରାତିରେ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇପାରି ନ ଥାଏ। ତେଣୁ ଏହା ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ।

    -ରାତିରେ ଶରୀର ବିଶ୍ରାମ କରିଥାଏ। ତେଣୁ ବିଳମ୍ବରେ ହୋଇଥିବା ଭୋଜନ କ୍ୟାଲୋରିଭାବେ ଜମା ହୋଇଯାଏ। ଫଳରେ ମେଦବହୁଳତା ଭଳି ସମସ୍ୟା ଦେଖାଦିଏ।

    -ଏହି ଅଭ୍ୟାସ ଶରୀରରେ ଇନ୍‌ସୁଲିନ୍‌ର ମାତ୍ରାକୁ ବି ପ୍ରଭାବିତ କରିଥାଏ। ତେଣୁ ଟାଇପ୍‌-୨ ଡାଇବେଟିସ୍‌ ହେବା ଆଶଙ୍କା ସୃଷ୍ଟି କରାଇଥାଏ।

    -ବିଳମ୍ବିତ ରାତିରେ ଅଧିକ ଗରିଷ୍ଠ ଭୋଜନ କଲେ ତାହା ପାଚନକ୍ରିୟା ଉପରେ ପ୍ରଭାବ ପକାଇଥାଏ। ତେଣୁ ଏସିଡିଟି ଓ ବଦହଜମୀ ଭଳି ସମସ୍ୟା ଦେଖା ଦେଇଥାଏ। ଏହା ଅନେକାଂଶରେ ନିଦ ମଧ୍ୟ ଖରାପ କରିପାରେ।

    -ରାତିରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ କୋଲେଷ୍ଟରଲ ଲେଭଲ ବଢ଼ାଇଥାଏ, ଯାହା ହୃଦ୍‌ରୋଗ ଭଳି ସମସ୍ୟାକୁ ନିମନ୍ତ୍ରଣ କରିଥାଏ। ନିଦ କମ୍‌ ହେଲେ ହୃଦ୍‌ରୋଗ ସହ ରକ୍ତଚାପ ମଧ୍ୟ ବଢ଼ିଥାଏ। ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର କିଛିମାତ୍ରାରେ ପ୍ରଭାବ ପଡ଼େ।
    -ଶୋଇବାର ୨-୩ ଘଣ୍ଟା ପୂର୍ବରୁ ହିଁ ସବୁବେଳେ ରାତ୍ରିଭୋଜନ କରିବା ଦରକାର। ଅର୍ଥାତ୍‌ ୭-୮ଟା ମଧ୍ୟରେ ଖାଇବା ଭଲ। ଫଳରେ ଖାଦ୍ୟ ହଜମ ହେବା ପାଇଁ ବହୁତ ସମୟ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ