Tuesday, September 29, 2026
29.2 C
Odisha

    ବିଶ୍ବ ମାନଚିତ୍ର ବଦଳାଇବ ଜାତିସଂଘ

    ଆଗକୁ ପଢନ୍ତୁ

    ୱାଶିଂଟନ : ଖୁବଶୀଘ୍ର ବିଶ୍ବ ମାନଚିତ୍ର ବଦଳିଯିବ। ଏହାକୁ ନେଇ ମିଳିତ ଜାତିସଂଘ ମହାସଭାରେ ଶୁକ୍ରବାର ଏକ ଐତିହାସିକ ପ୍ରସ୍ତାବ ପାରିତ ହୋଇଯାଇଛି। ତେବେ ଏକମାତ୍ର ରାଷ୍ଟ୍ର ଭାବେ ଆମେରିକା ଏହାକୁ ବିରୋଧ କରିଥିବାବେଳେ ଭାରତ ସମର୍ଥନ ଦେଇଛି। ଏହି ନିଷ୍ପତ୍ତି ଦ୍ବାରା ଦେଶ ଓ ମହାଦେଶଗୁଡ଼ିକର କ୍ଷେତ୍ରଫଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, କେବଳ ଏହାର ଆକାର ବଦଳିଯିବ। ପୂର୍ବାପେକ୍ଷା ମାନଚିତ୍ରରେ ଦେଶଗୁଡ଼ିକ ଛୋଟ କିମ୍ବା ବଡ଼ ଦେଖା ଯାଇପାରେ। ଏବେ ସୁଦ୍ଧା ଦେଶ ଓ ମହାଦେଶଗୁଡ଼ିକୁ ଦେଖାଇବା ପାଇଁ ‘ମର୍କେଟର ୱାର୍ଲ୍ଡ ମ୍ୟାପ’ ବ୍ୟବହାର କରାଯାଉଥିଲା। ଏଥିରେ ଦେଶଗୁଡ଼ିକର ଆକାର କ୍ଷେତ୍ରଫଳଠାରୁ ବଡ଼ କିମ୍ବା ସାନ ଦେଖା ଯାଉଥିଲା। ନୂଆ ମାନଚିତ୍ରର ନାମ ‘ଇକ୍ବାଲ ଆର୍ଥ ପ୍ରୋଜେକ୍ସନ’ ରଖାଯାଇଛି। ଏଥିରେ ଆଫ୍ରିକା ପୂର୍ବାପେକ୍ଷା ଅଧିକ ବଡ଼ ଦେଖାଯିବ। ୟୁରୋପ ଓ ଉତ୍ତର ଆମେରିକା ପୂର୍ବାପେକ୍ଷା ସାନ ଦେଖାଯିବ। ସେଥିପାଇଁ ଆମେରିକା ଏହାକୁ ବିରୋଧ କରୁଛି। ଏସିଆର କିଛି ଭାଗର ଆକାର ମଧ୍ୟ ସାନ ଦେଖାଯିବ। ଜାତିସଂଘରେ ଏହି ପ୍ରସ୍ତାବ ସପକ୍ଷରେ ୧୬୪ ଦେଶ ଭୋଟ ଦେଇଥିବାବେଳେ ୬ ଦେଶ ଅନୁପସ୍ଥିିତ ରହିିଥିଲେ। ଏହି ନିଷ୍ପତ୍ତିକୁ ଆମେରିକା ତୀବ୍ର ସମାଲୋଚନା କରିଛି। ଆମେରିକା ପ୍ରତିନିଧି ୟାରିନା ଫେରେସ୍ନେବିଚ କହିଛନ୍ତି ଯେ ଜାତିସଂଘ ବିଶ୍ବର ପ୍ରକୃତ ସମସ୍ୟା ପ୍ରତି ଧ୍ୟାନ ଦେବା ଉଚିତ। ଏଭଳି ପ୍ରସଙ୍ଗ କାରଣରୁ ଜାତିସଂଘ ପ୍ରାସଙ୍ଗିକତା ହରାଉଛି। ଆଫ୍ରିକା ସଂଘ ଏହି ନିଷ୍ପତ୍ତିକୁ ସମର୍ଥନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ