Sunday, September 6, 2026
29.5 C
Odisha

    ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

    ଆଗକୁ ପଢନ୍ତୁ

    ଜଗତସିଂହପୁର: ସ୍ତ୍ରୀକୁ ହତ୍ୟକଲା ସ୍ୱାମୀ । ନିଶାର କରୁଣ ପରିଣତି । ସ୍ତ୍ରୀ କୁ ତେଣ୍ଟା ଭୁଷି ହତ୍ୟା କଲା ସ୍ଵାମୀ । ଜଗତସିଂହପୁର ସଦର ଥାନା ବେନୁପୁର ଗ୍ରାମରେ ଅଘଟଣ । ଗତକାଲି ବିଳମ୍ୱିତ ରାତିରେ ହୋଇଛି ହତ୍ୟାକାଣ୍ଡ । ସ୍ତ୍ରୀ ପୁଷ୍ପଲତା ସ୍ୱାଇଁଙ୍କୁ ହତ୍ୟା କରିଛି ସ୍ୱାମୀ ଦିଗମ୍ବର ସ୍ୱାଇଁ । ହତ୍ୟାକାଣ୍ଡର କାରଣ ଅସ୍ପଷ । ପ୍ରାଥମିକ ତଦନ୍ତ ରୁ ପାରିବାରିକ କଳହ ବୋଲି ଜଣାପଡିଛି । ମୃତକ ପୁଷ୍ପଲତାର ଏକ ୬ ବର୍ଷର ପୁଅ ରହିଛି । ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

    ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଜଗତସିଂହପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ଜାରି ରହିଛି । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ଦିଗମ୍ବର ସ୍ୱାଇଁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ, ବ୍ୟବହୃତ ଅସ୍ତ୍ର ଓ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    67 %
    1.5kmh
    14 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ