Wednesday, April 8, 2026
37.8 C
Odisha

    ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ଦେଲେ ବଡ଼ ବୟାନ

    ଆଗକୁ ପଢନ୍ତୁ

    ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ସେ ବିଶ୍ୱରେ ଯୁଦ୍ଧ ସମାପ୍ତ କରିବାକୁ କାର୍ଯ୍ୟ କରିବେ। ଯଦିଓ କେଉଁଠାରେ କହିନାହାଁନ୍ତି, ୟୁକ୍ରେନ ଏବଂ ଇସ୍ରାଏଲକୁ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ସମ୍ଭାବ୍ୟ ଫୋକସ୍ ବୋଲି ଭୌଗଳିକ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତାଙ୍କ ବିଜୟ ଅଭିଭାଷଣରେ କହିଛନ୍ତି ଯେ, ”ମୁଁ ଯୁଦ୍ଧ ଆରମ୍ଭ କରିବି ନାହିଁ, ମୁଁ ଯୁଦ୍ଧ ବନ୍ଦ କରିବାକୁ ଯାଉଛି। ମୋର ପୂର୍ବ ସରକାର ସମୟରେ “କୌଣସି ଯୁଦ୍ଧ ନଥିଲା, ଏହା ବ୍ୟତୀତ ଆମେ ଆଇଏସଆଇଏସକୁ ପରାସ୍ତ କରିଛୁ।” ୨୦୧୬ ରୁ ୨୦୨୦ ପର୍ୟ୍ୟନ୍ତ ଟ୍ରମ୍ପ ତାଙ୍କର କାର୍ଯ୍ୟକାଳ ସମୟରେ ସିଙ୍ଗାପୁରରେ ଐତିହାସିକ ଶିଖର ସମ୍ମିଳନୀରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କ ସହ ହାତ ମିଳାଇଥିଲେ। ତେବେ ବୁଧବାର ଆମେରିକାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଲାବେଳେ, ୟୁକ୍ରେନୀୟମାନେ ଏବେ ଭୟରେ ଅଛନ୍ତି ଯେ, ରୁଷିଆ ସହ ସଂଗ୍ରାମ କରିବା ପାଇଁ ୱାଶିଂଟନ୍‌ର ଗୁରୁତ୍ୱପୂର୍ଣ୍ଣ ସହାୟତାକୁ ଟ୍ରମ୍ପ ବନ୍ଦ କରିପାରନ୍ତି।ସେପଟେ ଆମେରିକାର ୟୁକ୍ରେନର ପୂର୍ବତନ ରାଷ୍ଟ୍ରଦୂତ ଓଲେଗ ଶାମସୁର କହିଛନ୍ତି, “ଟ୍ରମ୍ପଙ୍କ ବିଜୟ ଗୁରୁତର ବିପଦ ସୃଷ୍ଟି କରିବ। ପରିସ୍ଥିତି ଉଦ୍ବେଗଜନକ ହେବ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ