Thursday, October 1, 2026
23.8 C
Odisha

    ବିଶ୍ୱ ଦରବାରରେ ପାକିସ୍ତାନର ନାକ କଟିଲା, ଆମେରିକା-ଇରାନ ଆଲୋଚନା ପରେ ହୋଟେଲ ବିଲ୍ ଦେବାକୁ ପଇସା ନାହିଁ

    ଆଗକୁ ପଢନ୍ତୁ

    ନିଜକୁ ଏକ ପ୍ରଭାବଶାଳୀ ମଧ୍ୟସ୍ଥ ଭାବେ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ପାଇଁ ଏକ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ସୃଷ୍ଟି ହୋଇଛି। ଗତ ଏପ୍ରିଲ ୧୦ରୁ ୧୨ ତାରିଖ ମଧ୍ୟରେ ଇସଲାମାବାଦରେ ଅନୁଷ୍ଠିତ ହୋଇଥିବା ହାଇ-ପ୍ରୋଫାଇଲ୍ ଆମେରିକା-ଇରାନ ଆଲୋଚନା ପରେ, ଆୟୋଜକ ପାକିସ୍ତାନ ସରକାର ନିର୍ଦ୍ଧାରିତ ହୋଟେଲ ବିଲ୍ ପୈଠ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପାକିସ୍ତାନର ଆର୍ଥିକ ଦେବାଳିଆପଣ ଓ ପ୍ରଶାସନିକ ଅକ୍ଷମତାକୁ ବିଶ୍ୱ ସମ୍ମୁଖରେ ପଦାରେ ପକାଇ ଦେଇଛି ।ସୂଚନା ଅନୁଯାୟୀ, ଇସଲାମାବାଦର ପ୍ରତିଷ୍ଠିତ ‘ସେରେନା ହୋଟେଲ’ରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା । ମାତ୍ର ସମ୍ମିଳନୀ ଶେଷରେ ପାକିସ୍ତାନ ସରକାର ବକେୟା ଅର୍ଥ ଦେଇ ନପାରିବାରୁ ଶେଷରେ ହୋଟେଲ ମାଲିକଙ୍କୁ ନିଜ ପକ୍ଷରୁ ସମସ୍ତ ଖର୍ଚ୍ଚ ଭରଣା କରିବାକୁ ପଡ଼ିଥିଲା । ଯେଉଁ ସମୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି ପ୍ରତିଷ୍ଠାକାରୀ ରାଷ୍ଟ୍ର ଭାବେ ଗଢ଼ିବାକୁ ଚେଷ୍ଟା କରୁଛି, ସେହି ସମୟରେ ହୋଟେଲ ବିଲ୍ ଦେଇ ନପାରିବା ଦେଶର କୂଟନୈତିକ ଛବିକୁ ଶକ୍ତ ଧକ୍କା ଦେଇଛି। ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ର ନଜରବନ୍ଦୀରେ ରହିବା ସହ ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।

    ଦେଶରେ ମୁଦ୍ରାସ୍ଫୀତି ୭ ରୁ ୯ ପ୍ରତିଶତ ମଧ୍ୟରେ ରହିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିବା ପରେ କୂଟନୈତିକ ମହଲରେ ହସର ପାତ୍ର ହୋଇଛି ପାକିସ୍ତାନ। ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ, “ଯେଉଁ ଦେଶ ନିଜର ହୋଟେଲ ବିଲ୍ ପୈଠ କରିପାରୁନାହିଁ, ସେ କିପରି ଏକ ବଡ଼ କୂଟନୈତିକ ବିଜୟର ଦାବି କରିପାରୁଛି?” ଏହି ଘଟଣା ପରେ ବିଶ୍ୱ ସ୍ତରରେ ପାକିସ୍ତାନର ବିଶ୍ୱସନୀୟତାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ