Monday, October 6, 2025
29.2 C
Odisha

    ବିଶ୍ୱ ପାରା ଆଥଲେଟ ଚାମ୍ପିଅନସିପରେTop 10 ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଶ୍ୱ ପାରା ଆଥଲେଟ ଚାମ୍ପିଅନସିପରେ ଭାରତ ପାଇଁ ପଦକ ଜିତିଛନ୍ତି ନବଦୀପ ସିଂ । ଜାଭେଲିନ ଏଫ୍‌-୪୧ରେ ସେ ଦ୍ୱିତୀୟସ୍ଥାନ ହାସଲ କରିଛନ୍ତି । ଭାରତରେ ଚାଲିଥିବା ବିଶ୍ୱ ପାରା ଆଥଲେଟ ଚାମ୍ପିଅନସିପରେ ଭାରତକୁ ଅନ୍ତିମ ପଦକ ମିଳିସାରିଛି । ତେବେ ଖେଳରେ ତାଙ୍କ ପ୍ରଦର୍ଶନ ନେଇ ନବଦୀପ ଖୁସି ନଥିବା କହିଛନ୍ତି । ସେ ଚେଷ୍ଟା କରିଥିଲେ ଆହୁରୀ ଭଲ ହେଇଥାନ୍ତା ବୋଲି କହି ପଶ୍ଚାତାପ କରିଛନ୍ତି । ଭାରତ ଶେଷ ମେଡାଲ ହାତେଇବା ସହ ମେଡାଲ ସର୍ବାଧିକ ମେଡାଲ ପାଇଥିବା ଦେଶଗୁଡିକ ମଧ୍ୟରେ ୧୦ ନମ୍ବରରେ ରହିଛି । ଭାରତ ବିଶ୍ୱ ପାରା ଆଥଲେଟ ଚାମ୍ପିଅନସିପରେ ମୋଟ ୨୨ଟି ମେଡାଲ ହାତେଇଛି । ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ।

    ସୂଚନାଯୋଗ୍ୟ ଯେ ଭାରତରେ ଆୟୋଜିତ କରାଯାଇଥିବା ବିଶ୍ୱ ପାରା ଆଥଲେଟ ଚାମ୍ପିଅନସିପରେ ଭାରତ ତରଫରୁ ଜାଭେଲିନ ଏଫ୍‌-୪୧ରେ ନବଦୀପ ସିଂ ଅଂଶଗ୍ରହଣ କରିଥିଲେ । ଏଥିରେ ତାଙ୍କ ଭାଲା ୪୫.୪୬ ମିଟର ଦୁରକୁ ଫୋପାଡି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ନବଦୀପ କହିଥିଲେ କି “ପାରା ଆଥଲେଟ ଚାମ୍ପିଅନସିପ ସମାପ୍ତ ହୋଇଛି । ସମସ୍ତ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥିଲେ । ମୁଁ ସ୍ୱର୍ଣ୍ଣପଦକ ପାଇଁ ଆଶା କରିଥିଲି ମାତ୍ର ତାହା ହୋଇପାରିଲା ନାହିଁ, ଏହା ମତେ ଦୁଃଖିତ କରିଛି । ଏଠାରେ ପ୍ରତିଯୋଗିତା ବହୁତ ଟପ ଥିଲା । ସମସ୍ତ ଖେଳାଳି ବହୁତ ଭଲ ଖେଳିଥିଲେ । ଏହାସହ ସେ କହିଥିଲେ କି ଚଳିତ ସିଜିନ ପାଇଁ ଆମ ଖେଳ ସମାପ୍ତ ଏହା ମୋ ପାଇଁ ଦିଓାଲି ଗିଫ୍ଟ , ମୋତେ ଉତ୍ସାହତି କରି ଥିବା ମୋର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ” ।

    ନବଦୀପ ଖେଳରେ ଇରାନର ସଦେଘ ସାୟାହ ଓ ଚୀନର ସନ ପେଙ୍ଗଜିଆନଙ୍କ ସହ ଲଢିଥିଲେ । ତେବେ ଗତବର୍ଷ ପ୍ୟାରିସରେ ଚାଲିଥିବା ପାରା ଅଲମ୍ପିକରେ ନବଦୀପ ସିଂ ଗୋଲ୍ଡ ମେଡାଲ ହାସିଲ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.2 ° C
    29.2 °
    29.2 °
    73 %
    1.6kmh
    55 %
    Mon
    30 °
    Tue
    29 °
    Wed
    28 °
    Thu
    28 °
    Fri
    29 °

    ସମ୍ବନ୍ଧିତ