Friday, April 3, 2026
39.1 C
Odisha

    ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ, ୩ ଜଣ ଗୁରୁତର

    ଆଗକୁ ପଢନ୍ତୁ

    ବାସୁଦେବପୁର: ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ । ବିଷାକ୍ତ ମାଛ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ଘଟିଛି ଘଟଣା ।

    ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତର ସୁରେନ୍ଦ୍ର ବନ୍ଧଙ୍କ ୩ ବର୍ଷର ଯାଆଁଳା ପୁଅଙ୍କ ମଧ୍ୟରୁ ଜଣଙ୍କରର ମୃତ୍ୟୁ ହେଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାକୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ଗୁରୁତରଙ୍କ ମଧ୍ୟରେ ମା କନକଲତା ଓ ଝିଅ ଲକ୍ଷ୍ମୀ ବନ୍ଧ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ହେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ