Monday, April 6, 2026
31.8 C
Odisha

    ବିଷ ପିଇଦେଲେ ଶାଳୀ, ଭିଣୋଇ

    ଆଗକୁ ପଢନ୍ତୁ

    କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇଥିବା ବେଳେ ଭିଣୋଇଙ୍କ ମୃତ୍ୟୁ ଘଟିଛି।
    ପଲସପାଣି ଗ୍ରାମର ତୁଳସିରାମ ନାଏକ ଓ ତାଙ୍କ ଶାଳୀ ଛତିଶଗଡ଼ ଦହିଗାଁର ସୁନିତା ବୋଡକିଆଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମସମ୍ପର୍କ ଗଢି ଉଠିଥିଲା। ଉଭୟେ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରୁ କେଉଁଆଡେ ଚାଲିଯାଇଥିଲେ। ଏ ନେଇ ଉଭୟ ପରିବାର ଲୋକେ ଗୁରୁବାର ଏକ ବୈଠକ କରି ପୁଅ ଝିଅଙ୍କୁ ଡକାଇ ସମାଧାନ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋସ କଥାବାର୍ତ୍ତା ହେବା ବାହାନାରେ ସଭାସ୍ଥଳରୁ ଦୂରକୁ ଯାଇ ବିଷ ପିଇ ଦେଇଥିଲେ। ଏହା ଜାଣି ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଭିଣୋଇ ତୁଳସୀରାମଙ୍କୁ ମୃତ ଘୋଷଣା କରିଥିଲେ। ଶାଳୀ ସୁନିତା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ