Saturday, December 6, 2025
20.1 C
Odisha

    ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ କୁମାର

    ଆଗକୁ ପଢନ୍ତୁ

    ବିହାର : ବିହାରରେ ପୁଣି ଏନଡିଏ ସରକାର । ବିହାର ବିଧାନ ସଭା ନିର୍ବାଚନରେ ଏନଡିଏ ଚମତ୍କାର ବିଜୟ ହାସଲ କରିଛି । ଏନଡିଏର ଏହି ବଡ଼ ସଫଳତା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ନୀତିଶ କୁମାର । ୨୦୨୪ ରେ ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ଚଳିତ ବର୍ଷ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହା ବର୍ତ୍ତମାନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।

    ସୂଚନାନୁଯାୟୀ, ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇଛନ୍ତି । ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି ବିଜେପି ଏକାକୀ ୮୯ଟି ଆସନରେ ବାଜିମାତ୍ କରିଥିବାବେଳେ ଜେଡିୟୁ ୮୫ଟି ଆସନ ପାଇଛି । ଆରଜେଡି ୨୫ ଏବଂ କଂଗ୍ରେସ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହୋଇଛି । ମୋଟ୍ ୨୪୩ଟି ଆସନରୁ ଏନଡିଏ ମେଣ୍ଟ ୨୦୦ରୁ ଅଧିକ ଆସନରେ କବଜା କରିଥିବା ବେଳେ ମହାଗଠବନ୍ଧନର ଆସନ ସଂଖ୍ୟା ୪୦କୁ ହ୍ରାସ ପାଇଛି । ସମସ୍ତଙ୍କୁ ପଛରେ ପକାଇ ଏନଡିଏ ପୁଣି ବିହାରରେ ସରକାର ଗଠନ କରିବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    46 %
    1.2kmh
    17 %
    Sat
    26 °
    Sun
    27 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ