Friday, September 26, 2025
24.7 C
Odisha

    ବିହାରର ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର,ଆକାଉଣ୍ଟକୁ ଆସିଲା ୧୦ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବର୍ତ୍ତମାନ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ୭.୫ ନିୟୁତ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୧୦ ହଜାର ଟଙ୍କା ପହଞ୍ଚିଛି । ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ କନଫରେନ୍ସରେ ଉଦଘାଟନ୍‌ କରିଛନ୍ତି ।

    ସୂଚନାନୁଯାୟୀ, ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରାରମ୍ଭିକ ୧୦,୦୦୦ ଟଙ୍କାର ଅନୁଦାନ ମିଳିବ । ପରବର୍ତ୍ତୀ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆର୍ଥିକ ସହାୟତା ପାଇବାର ସମ୍ଭାବନା ରହିବ । ଏହି ସହାୟତା ହିତାଧିକାରୀଙ୍କ ପସନ୍ଦର କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଯେପରିକି କୃଷି, ପଶୁପାଳନ, ହସ୍ତଶିଳ୍ପ, ଦର୍ଜି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର କରିପାରିବେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଯୋଜନା ପାଇଁ ହିତାଧିକାରୀମାନେ ମୋଦିଙ୍କୁ ଏବଂ ମୁଖ୍ୟାମନ୍ତ୍ରୀ ନୀତିଶଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଯୋଜନାର ଲକ୍ଷ୍ୟ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଏବଂ ଆତ୍ମନିଯୁକ୍ତି କରିବା । ଯାହା ସେମାନଙ୍କୁ ସଶକ୍ତକରଣ କରିବାକୁ ପ୍ରୋତ୍ସାହନ କରିବ । ଏଥି ସହ ସେମାନଙ୍କ ଜୀବିକା ନିର୍ବାହ କରିବାକୁ ସକ୍ଷମ କରିବ ।

    ଅନ୍ୟପଟେ ଏହି ଯୋଜନାରେ ୧ କୋଟିରୁ ଅଧିକ ମହିଳା ସାମିଲ ଥିବା କୌଣସି ଏକ ରିପୋର୍ଟରୁ ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମହିଳାମାନେ ଏହି ଯୋଜନାରୁ ଉପକୃତ ହେବେ । ଏଭଳି ପଦକ୍ଷେପ ଯାହା ପରବର୍ତ୍ତୀ ସମୟରେ ବିହାରକୁ ଏକ ବିକାଶଶୀଳ ରାଜ୍ୟମାନଙ୍କ ମଧ୍ୟରେ ସାମିଲ କରିବାର ସୁଯୋଗ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    94 %
    1.1kmh
    100 %
    Fri
    25 °
    Sat
    27 °
    Sun
    30 °
    Mon
    29 °
    Tue
    28 °

    ସମ୍ବନ୍ଧିତ