Friday, April 3, 2026
39.1 C
Odisha

    ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅଧିକ ମିଠାଜାତୀୟ ଖାଦ୍ୟ

    ଆଗକୁ ପଢନ୍ତୁ

    ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ବୁଦ୍ଧିମତାକୁ ପ୍ରଭାବିତ କରିଥାଏ। ‘ଅତ୍ୟଧିକ ମିଠା ଓ ବୁଦ୍ଧିମତା’ ବିଷୟକୁ ନେଇ ହୋଇଥିବା ସର୍ଭେରୁ ଟୋକିଓ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏଭଳି କଥା ଜାଣିପାରିଛନ୍ତି। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରି ଗୋଟିଏ ଗ୍ରୁପରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ବୁଦ୍ଧିମତା ଉପରେ ପଡୁଛି ତାହାକୁ ତନ୍ନତନ୍ନ କରି ଅନୁଧ୍ୟାନ ମଧ୍ୟ କରିଥିଲେ। ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କ ବୁଦ୍ଧିମତାରେ ତାରତମ୍ୟତା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ