Thursday, April 2, 2026
38.5 C
Odisha

    ବୁଧବାର ଦିନ ଘରର କେଉଁ ସ୍ଥାନରେ ସ୍ୱସ୍ତିକ ଚିହ୍ନ କଲେ ମିଳିଥାଏ କେଉଁ ଲାଭ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନର ଖୁବ ମହତ୍ୱ ରହିଛି ଏବଂ ଏହା ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ। ଘରର ପୂଜା , ହୋମ , ଯେ କୌଣସି ନୂଆ ଜିନିଷ କିଣିବା ସମୟରେ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ସ୍ୱସ୍ତିକ ଚି଼ହ୍ନର ପ୍ରୟୋଗ ହୋଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସ୍ୱସ୍ତିକ ଚିହ୍ନ ଉପଯୁକ୍ତ ଦିଗରେ ହେବା ଆବଶ୍ୟକ। ଏହାଛଡା ସ୍ୱସ୍ତିକ ଚିହ୍ନର ପ୍ରଭୁ ଗଣେଶଙ୍କ ସହିତ ରହିଛି ବିଶେଷ ସାମଞ୍ଜସ୍ୟ। ବୁଧବାର ଦିନ ଗଣେଶଙ୍କୁ ସମର୍ପିତ। ତେଣୁ ଏହିଦିନ ଘରର କିଛିଟା ସ୍ଥାନରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ଆସନ୍ତୁ ଜାଣିବା ଅଷ୍ଟ୍ରୋ ଏକ୍ସପର୍ଟଙ୍କ ମତରେ ଘରର କେଉଁ ସ୍ଥାନରେ ସ୍ୱସ୍ତିକ ଚିହ୍ନ ରହିବା ଜରୁରୀ।

    ଘରର ଉତ୍ତର ଦିଗରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଆପଣଙ୍କ ଜୀବନରେ କଦାପି ଧନର ଅଭାବ ହୋଇ ନଥାଏ। କାରଣ ଘରର ଉତ୍ତର ଦିଗ ଖୁବ ଶୁଭ ଅଟେ।

    ଘରେ ସୁଖ ସମୃଦ୍ଧି ପାଇଁ ଘରର ଦକ୍ଷିଣ ଦିଗରେ କାନ୍ଥରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ପରିବାରରେ ସୁଖ ଶାନ୍ତି ସର୍ବଦା ରହିଥାଏ।

    ଯଦି ଆପଣଙ୍କ ପିଲାର ପାଠ ପଢିବାରେ ଇଚ୍ଛା ହେଉ ନାହିଁ , ତେବେ ଆପଣଙ୍କ ପିଲାର ପାଠ ପଢିବା ସ୍ଥାନରେ ଗୋଟିଏ କାଗଜରେ ସ୍ୱସ୍ତିକ ଚିହ୍ନ କରି ଟେବୁଲ ନିକଟରେ ରଖି ଦିଅନ୍ତୁ।

    ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ହେଉଛି ତେବେ ନିଜ ଘରର ଅଲମିରା ଓ ଧନ ରଖୁଥିବା ସ୍ଥାନରେ ନାଲି ରଙ୍ଗର ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ଓ ଧନ ସମ୍ବନ୍ଧୀତ ସମସ୍ୟା ଦୂର ହୋଇଥାଏ।

    ଘରର ଠିକ ଦିଗରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ ଓ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ। ଘରେ ସ୍ୱସ୍ତିକ ଚିହ୍ନ କରିବା ସମୟରେ ସଠିକ ଦିଗ ଓ ସଠିକ ଉପାୟକୁ ଜାଣି ରଖିବା ଉଚିତ। ସ୍ୱସ୍ତିକ କରିବା ସମୟରେ ପ୍ରଥମେ ତାର ଡାହାଣ ପଟ କରନ୍ତୁ ଓ ପରେ ବାମ ପାର୍ଶ୍ଵ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ