Friday, October 18, 2024
30.6 C
Odisha

    ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ବିଜେପି ସରକାର ମଞ୍ଜୁରି ପ୍ରଦାନ : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ “ବୃତଙ୍ଗ ଜଳସେଚନ ପ୍ରକଳ୍ପ”କୁ ମୋଦି ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି । ଫଳରେ ନୟାଗଡ଼ବାସୀଙ୍କ ୩୦ ବର୍ଷର ଆଶା ଓ ଆଙ୍କାକ୍ଷା ପୂରଣ ହେବ । ଏହା କୃଷକଙ୍କ ପାଇଁ ବରଦାନ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ପରିବେଶ, ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି ।
    ଶ୍ରୀ ସାମଲ କହିଛନ୍ତି, ବିଜେଡି ସରକାର ଗତ ୨୪ ବର୍ଷ ଶାସନ ମଧ୍ୟରେ ଯାହା କରିପାରି ନ ଥିଲା ବିଜେପି ସରକାରକୁ ଆସିବାର ମାସକ ଭିତରେ ତାହା କରିବାକୁ ସକ୍ଷମ ହୋଇଛି । ନୟାଗଡ଼ ଜିଲ୍ଲାର କୃଷକମାନେ ଦୀର୍ଘ ବର୍ଷ ହେବ ଚାଷ କାର୍ଯ୍ୟବେଳେ ବହୁ ସମସ୍ୟା ଭୋଗୁଥିଲେ । ଜଳସେଚନର ସୁ ବନ୍ଦୋବସ୍ତ ନ ଥିବାରୁ ଖରାଦିନେ ଗଜା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । ଅପରପକ୍ଷେ ପାନୀୟ ଜଳ ପାଇଁ ମଧ୍ୟ ଜିଲ୍ଲାବାସୀ ଅସୁବିଧା ଭୋଗୁଥିଲେ । ଏବେ ଏସବୁ ସମସ୍ୟା ଦୂର ହେବ ବୋଲି ଆଶାକରି ଚାଷୀ ଓ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।
    ବିଜେପି ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ । ୧୫୨୪.୧୭ ହେକ୍ଟର ଅଂଚଳ ଜଙ୍ଗଲ ଜମିକୁ ମୋଦି ସରକାର ଅନୁମତି ଦେବା ଯୋଗୁଁ ୨୩ ହଜାର ୩୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ ।ଖୁବ ଶୀଘ୍ର ବୃତଙ୍ଗ ଜଳସେଚନ ଯୋଜନା ଆରମ୍ଭ ହେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ । ଏହାଦ୍ୱାରା ନୟାଗଡ଼ ଜିଲ୍ଲାର ହଜାର ହଜାର କୃଷକ ଉପକୃତ ହେବେ । ପାନୀୟ ଜଳର ମଧ୍ୟ ସୁ ବନ୍ଦୋବସ୍ତ ହୋଇପାରିବ । ଫଳରେ ଜିଲ୍ଲାରେ କୃଷି କ୍ଷେତ୍ରରେ ବିକାଶ ହେବା ସହ କୃଷକଙ୍କ ଆର୍ଥିକ ବିକାଶରେ ସହାୟକ ହୋଇପାରିବ । ଅଧପନ୍ତରିଆ ହୋଇ ପଡ଼ିରହିଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକସ୍ଥଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ