Friday, July 17, 2026
26.9 C
Odisha

    ୧୨ ବର୍ଷ ପରେ ମିଳିଲା ନିଖୋଜ ନାବାଳିକାର ସନ୍ଧାନ, ହରିଆଣାର ଏକ ଗାଁରେ ଗୃହବନ୍ଦୀ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ୧୨ ବର୍ଷ ପରେ ମିଳିଲା ନିଖୋଜ ନାବାଳିକାର ସନ୍ଧାନ । ଏବେ ସେ ସାବାଳିକା ଓ ତିନି ସନ୍ତାନର ଜନନୀ । ହରିଆଣାର ଏକ ଗାଁରେ ଗୃହବନ୍ଦୀ ହୋଇ ରହିଥିବା ନେଇ ପରିବାରବର୍ଗଙ୍କୁ ଜଣାଇବା ପରେ ଉଦ୍ଧାର ପାଇଁ ଗୁହାରୀ କଲେ ପରିବାର । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଚଚରାଗୁଡ଼ା ଗାଁରୁ ଆସିଛି ଏଭଳି ଖବର । ୧୨ ବର୍ଷ ତଳେ ଜଣେ ନାବାଳିକା ବର୍ଷ ତଳେ ନିଖୋଜ ହୋଇଯାଇଥିଲା ।

    ନାବାଳିକାକୁ ଚାକିରି ଓ ବିଭିନ୍ନ ପ୍ରଲୋଭନ ଦେଖାଇ କଳାହାଣ୍ଡି ଜିଲା ବିରୁମୁହାଣ ଗାଁର ଜଣେ ଯୁବତୀ ସାଥିରେ ନେଇଯାଇ ପରେ ହରିୟାଣାରେ ବିକି ଦେଇଥିଲେ । ଏବେ ସେ ହରିଆଣାର ଚରଖିଦାଦରୀ ଜିଲ୍ଲାର ହର୍ଡିଦି ଗାଁରେ ରହୁଛନ୍ତି । ବଡ଼ କଷ୍ଟରେ ତାଙ୍କ ଭାଇର ମୋବାଇଲ ନମ୍ବର ପାଇ ଫୋନରେ ଘଟଣା ସମ୍ପର୍କରେ ଜଣାଇଥିଲା ।

    ଏବେ ସେ ନିଜ ଘରକୁ ଫେରିବାକୁ ଚାହୁଁଥିବା ନେଇ ଜଣାଇଛି । ଝିଅ ନିଜେ ଘରକୁ ଫେରିଆସିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପାଇଁ ମାଆ ଓ ବାପା ପୋଲିସ ପ୍ରଶାସନଙ୍କୁ ନିବେଦନ କରିଛନ୍ତି । ଡାବୁଗାଁ ଥାନାରେ ଏନେଇ ଅଭିଯୋଗ କରିବା ସହିତ କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନାରେ ମଧ୍ୟ ଅଭିଯୋଗ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.9 ° C
    26.9 °
    26.9 °
    83 %
    2.3kmh
    100 %
    Fri
    28 °
    Sat
    27 °
    Sun
    25 °
    Mon
    25 °
    Tue
    28 °

    ସମ୍ବନ୍ଧିତ