Thursday, March 12, 2026
36.4 C
Odisha

    ବେଆଇନ ମାଟି ଚାଲାଣ କରୁଥିବା ବେଳେ ୬ ବର୍ଷୀୟ ଶିଶୁ ଉପରେ ମାଡ଼ିଗଲା ଟ୍ରାକ୍ଟର, ଘଟଣା ସ୍ଥଳରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଜସ୍ଥାନ : ରାଜସ୍ଥାନ ଧୋଲପୁର ଜିଲ୍ଲାରେ ବେଆଇନ ଖଣି ଖନନ ପୁଣି ଥରେ ଛୁଆର ଜୀବନ ନେଇଛି । ନିହାଲଗଂଜ ଥାନା ଅଞ୍ଚଳରେ ମୋହନ କଲୋନୀରେ ମାଟିରେ ଭର୍ତ୍ତିଥିବା ଟ୍ରାକ୍ଟର ଟ୍ରଲି ଘର ବାହାରେ ଖେଳୁଥିବା ୬ ବର୍ଷୀୟ ପିଲା ଉପରେ ମାଡ଼ିଯାଇଛି । ଟ୍ରାକ୍ଟର ଟ୍ରଲିର ଦୁଇଟି ଚକା ପିଲା ଉପରେ ମାଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ପିଲାର ଜୀବନ ଚାଲିଯାଇଛି ।

    ଖବର ମୁତାବକ, ମୋହନ କଲୋନୀ ନିବାସୀ ଫିରୋଜଙ୍କ ୬ ବର୍ଷୀୟ ଝିଅ ସାଙ୍ଗ ସହିତ ଘର ବାହାରେ ଖେଳୁଥିବା ବେଳେ ମାଟି ଭର୍ତ୍ତି ଟ୍ରକ ମାଡ଼ି ଯାଇଥିଲା । ଅନ୍ୟ ପିଲାଟି ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କିନ୍ତୁ ଅନ୍ୟ ପିଲାଟି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ପିଲାଟିର ବାପା ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ଶୋକର ଛାୟା ଖେଳିଯାଇଛି ।

    ଘଟଣା ସାମ୍ନାକୁ ଆସିବା ପରେ ଟ୍ରାକ୍ଟର ଡ୍ରାଇଭରକୁ ଲୋକମାନେ କାବୁ କରିଥିଲେ । କିନ୍ତୁ ଡ୍ରାଇଭରର ସହଯୋଗୀ ମାରଣାସ୍ତ୍ର ନେଇ ଧମକ ଦେବା ପରେ ଲୋକମାନେ ଛାଡିଦେଇଥିଲେ । ଏହାପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

    ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରତିଦିନ କଲୋନୀ ଗଳିରେ ଅବୈଧ ମାଟି ଚାଲାଣ ହେଉଛି । ଅନେକ ଥର ଟ୍ରାକ୍ଯର ଚାଳକଙ୍କୁ ବୁଝାଯାଇଛି, କିନ୍ତୁ ସେମାନେ ମାନୁନାହାନ୍ତି । ଓଲଟା ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଗାଳିଗୁଲଜ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ