Saturday, April 4, 2026
29 C
Odisha

    ବୋତଲ ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

    ଆଗକୁ ପଢନ୍ତୁ

    ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଫଳ ହୋଇଛନ୍ତି। ଗାଙ୍ଗଲୁର ଥାନା ଅଞ୍ଚଳର ଦୁର୍ଗମ ପିଡ଼ିଆ କ୍ୟାମ୍ପରେ ଅବସ୍ଥାପିତ ସିଆରପିଏଫ ଯବାନ ସର୍ଚ୍ଚ ଓପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ। ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନୂଆ ନୂଆ ରଣନୀତି କରୁଛନ୍ତି। କିନ୍ତୁ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି ବୋଲି କୁହାଯାଉଛି। ସେହି ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ବୋମା ଖଞ୍ଜୁଥିବା ବେଳେ ସାଧାରଣ ନାଗରିକ ଏଥିରେ ଫସି ମୃତ୍ୟୁବରଣ କରୁଛନ୍ତି। ତେବେ ମାଓବାଦୀଙ୍କ ସମସ୍ତ ଚାଲ୍‌କୁ ଯବାନ ବିଫଳ କରିବାରେ ସଫଳ ହେଉଥିବାରୁ କୌଣସି ବଡ଼ ଦୁର୍ଘଟଣା ଘଟୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ