Sunday, October 19, 2025
26.6 C
Odisha

    ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ

    ଆଗକୁ ପଢନ୍ତୁ

    ବ୍ରାଜିଲ: ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ ।ପୋଲିସ କହିଛି ଯେ ବସଟି ବିପରୀତ ଲେନକୁ ପାର ହୋଇ ରାସ୍ତା କଡ଼ରେ ଥିବା ପଥରରେ ପିଟି ହୋଇଗଲା । ଏହାପରେ ଏକ ବାଲିବନ୍ଧରେ ପିଟି ହୋଇ ଓଲଟି ପଡ଼ିଲା । ଫେଡେରାଲ୍ ହାଇୱେ ପୋଲିସ କହିଛି ଯେ ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି ।

    ଏଥିସହ କୁହାଯାଉଛି ଯେ, ବସଟି ୩୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧା ଲୋକଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇଛି । ହେଲେ, ମୋଟ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ପୋଲିସ କହିଛି ଯେ ବସ୍‌ ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି । ତାଙ୍କର ଶ୍ୱାସକ୍ରିୟା ପରୀକ୍ଷା କରାଯାଇଥିଲା, ଯାହା ସ୍ୱାଭାବିକ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.6 ° C
    26.6 °
    26.6 °
    81 %
    1.4kmh
    39 %
    Sun
    26 °
    Mon
    26 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ