Thursday, September 17, 2026
24.8 C
Odisha

    ଛଟ୍ ପୂଜା ପାଇଁ ଘରକୁ ଯାଉଥିବା ବେଳେ ଟ୍ରେନରୁ ଖସିପଡିଲେ ୩ ଯୁବକ, ୨ ମୃତ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ରର ନାସିକ ରୋଡ୍ ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଛଟ ପୂଜା ପାଇଁ ଘରକୁ ଫେରୁଥିବା ତିନି ଜଣ ଯାତ୍ରୀ ଟ୍ରେନ୍ରୁ ଛିଟିକି ପଡିବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଖବର ମୁତାବକ, କର୍ମଭୂମି ଏକ୍ସପ୍ରେସ ଟ୍ରେନଟି ଲୋକମାନ୍ୟ ତିଲକ ଟର୍ମିନାଲରୁ ନାସିକ୍ ରୋଡ୍ ରେଳ ଷ୍ଟେସନରେ ନ ଅଟକି ସିଧାସଳଖ ବିହାର ଅଭିମୁଖେ ଯାତ୍ରା କରିଥିଲା । ଏହା ପରେ ଓଢା ରେଳ ଷ୍ଟେସନର ଷ୍ଟେସନ ମ୍ୟାନେଜର ନାସିକ୍ ରୋଡ୍ ରେଳ ବିଭାଗ ସହିତ ଯୋଗାଯୋଗ କରି ରିପୋର୍ଟ କରିଥିଲେ ଯେ, ଟ୍ରେନ୍ ଛାଡିବାର କିଛି ସମୟ ପରେ ଜେଲ୍ ରୋଡ୍ ହନୁମାନ ମନ୍ଦିର ନିକଟସ୍ଥ ଢିକାଲେ ନଗର ଅଞ୍ଚଳର ତିନି ଜଣ ଯୁବକ ଟ୍ରେନ୍ ତଳେ ପଡ଼ି ଯାଇଥିଲେ ।

    ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ସବ-ଇନ୍ସପେକ୍ଟର ମାଲି, ପୋଲିସ କନେଷ୍ଟବଳ ଭୋଲେ ଏବଂ ନାସିକ ରୋଡ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଜିତେନ୍ଦ୍ର ସପକାଲେଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭୁସାଭଲ ଅଭିମୁଖେ ଯାଉଥିବା ଟ୍ରାକରେ ୩୦ ରୁ ୩୫ ବର୍ଷ ବୟସର ଦୁଇଜଣ ଯୁବକଙ୍କୁ ୧୯୦/୧ ଏବଂ ୧୯୦/୩ କିଲୋମିଟର ମଧ୍ୟରେ ମୃତ ଅବସ୍ଥାରେ ପାଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ବିହାରରେ ଛଟ୍ ପୂଜା ପାଇଁ ଷ୍ଟେସନରେ ଭିଡ଼ ରହିଥିଲା । ଆଉ ଟ୍ରେନ ନ ରହିବାରୁ ଯାତ୍ରୀ ବୋଧ ହୁଏ ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ଫଳରେ ଏଭଳି ଦୁର୍ଘଟଣା ଘଟିଛି ।

    ଘଟଣାକୁ ନେଇ ଜିଆରପି ଏବଂ ନାସିକ ରୋଡ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଦୁର୍ଘଟଣା ପଛର କାରଣ ଖୋଜା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ