Monday, April 6, 2026
23.6 C
Odisha

    ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

    ଆଗକୁ ପଢନ୍ତୁ

    ଲଣ୍ଡନ: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ବିଜୟ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଷ୍ଟାର୍ମର ନିଜର ଅର୍ଥମନ୍ତ୍ରୀ ଭାବେ ରାଚେଲ ରିଭ୍ସଙ୍କୁ ନିଯୁକ୍ତ କରିଛନ୍ତି। ଫଳରେ ପ୍ରଥମ ଥର ପାଇଁ ଦେଶରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ନିଜର ପ୍ରଥମ ଭାଷଣରେ ନିର୍ବାଚନରେ ଲେବର ପାର୍ଟିର ବଡ଼ ବିଜୟ ପରେ ଦେଶକୁ ପୁର୍ନନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଷ୍ଟାର୍ମର। ଆମର କାମ ଅତ୍ୟାବଶ୍ୟକ। ଏଣୁ ଏହାକୁ ଆଜିଠାରୁ ହିଁ ଆରମ୍ଭ କରିବାକୁ ଯାଉଛୁ ବୋଲି ମଧ୍ୟ ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ