Monday, January 20, 2025
14.7 C
Odisha

    ବ୍ୟାଙ୍କ ଟଙ୍କା ଗାଡ଼ିକୁ ଲୁଟ୍ ଉଦ୍ୟମ ନକଲି ଦେଖାଇ ଛଡ଼ାଇନେଲେ ଅସଲି ବନ୍ଧୁକ

    ଆଗକୁ ପଢନ୍ତୁ

    ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡା ଫ୍ଲାଏଓଭର ସର୍ଭିସରୋଡରେ ଏକ ବ୍ୟାଙ୍କ ଗାଡ଼ିକୁ ଲୁଟ୍ ଉଦ୍ୟମ ହୋଇଛି । ତେବେ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ମଧ୍ୟରେ ଟଙ୍କା ନେବାକୁ ବିଫଳ ହୋଇଛନ୍ତି ଦୁର୍ବୃତ୍ତମାନେ । କିନ୍ତୁ ନକଲି ବନ୍ଧୁକ ଦେଖାଇ ସୁରକ୍ଷା କର୍ମୀଙ୍କ ଅସଲି ବନ୍ଧୁକକୁ ସେମାନେ ଲୁଟି ନେଇ ଫେରାର ହୋଇଯାଇଛି ।
    ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ଇଣ୍ଡସ୍‌ଇଣ୍ଡ ଓ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ୩୮ ଲକ୍ଷ ଟଙ୍କା ନେଇ ଏଟିଏମ୍‌ରେ ଭର୍ତ୍ତି କରିବାକୁ ସିଏମ୍‌ଏସ୍ କମ୍ପାନୀର ଗାଡ଼ି ଜୁରୁଡ଼ି ଯାଉଥିଲା । ଯୋଡ଼ା ଫ୍ଲାଏଓଭରର ସର୍ଭିସ୍ ରୋଡର ୧୦୨ ନଂ. ପିଲର ନିକଟରେ ଗାଡ଼ି ରଖି କର୍ମଚାରୀ ପରମେଶ୍ୱର ଦେହୁରୀ ଓ ଚକ୍ରଧର ମହାନ୍ତ କମାରଯୋଡ଼ାର ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇଥିଲେ । ସେହି ସମୟରେ ୩ଜଣ ଦୁର୍ବୃତ୍ତ ଆସି ଏହି ଟଙ୍କାକୁ ଲୁଟ୍ ଉଦ୍ୟମ କରିଥିଲେ । ସେମାନେ ସୁରକ୍ଷା କର୍ମୀ ବଳରାମ ପୃଷ୍ଟିଙ୍କୁ ନକଲି ବନ୍ଧୁକ ଓ ଛୁରି ଦେଖାଇ ଆକ୍ରମଣ କରିଥିଲେ । ଦୁବୃର୍ତ୍ତ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସମୟରେ ଦୁବୃର୍ତ୍ତମାନେ ଧରିଥିବା ନକଲି ବନ୍ଧୁକକୁ ସୁରକ୍ଷା କର୍ମୀ ଛଡାଇ ନେଇଥିଲେ । କିନ୍ତୁ ଦୁବୃର୍ତ୍ତମାନେ ସୁରକ୍ଷା କର୍ମୀଙ୍କ ବନ୍ଧୁକକୁ ଛଡାଇ ନେଇ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ । ତେବେ ଟଙ୍କା ନେବାରେ ବିଫଳ ହେବା ପରେ ଦୁବୃର୍ତ୍ତମାନେ ଜୁରୁଡ଼ି ଅଭିମୁଖେ ଫେରାର ହୋଇଯାଇଥିଲେ । ଗୁରୁତର ହୋଇଥିବାରୁ ତାଙ୍କୁ ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବଡ଼ବିଲ ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁବୃର୍ତ୍ତମାନେ ଛୁରି, ଭୁଜାଲି, ପିସ୍ତଲ୍ ଓ ଲୁହା ରଡ ଧରି ଲୁଟ ଉଦ୍ୟମ କରି କିଛି ସମୟ ପାଇଁ ଆତଙ୍କରାଜ ଚଳାଇଥିଲେ । ଘଟଣାସ୍ଥଳରେ ଲୋକେ ଉପସ୍ଥିତ ଥିଲେ ହେଁ କେହି ପାଖକୁ ଯିବା ପାଇଁ ସାହସ କରି ନ ଥିଲେ । ଦିନ ଦ୍ୱିପ୍ରହରରେ ଏପରି ଲୁଟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.7 ° C
    14.7 °
    14.7 °
    31 %
    1.5kmh
    0 %
    Sun
    15 °
    Mon
    30 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ